ସାମ୍ନାକୁ ଆସିଲା ଜଘନ୍ୟ ହତ୍ୟାକାଣ୍ଡ ପଛର ସତ : ପ୍ରେମିକ ସହ ହାତ ମିଳାଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ

320

କନକ ବ୍ୟୁରୋ : ଗଜପତି ଗୁରାଣ୍ଡି ଥାନା ତୋଟାଗୁମୁଡ଼ା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । ସାମ୍ନାକୁ ଆସିଲା ଜଘନ୍ୟ ହତ୍ୟାକାଣ୍ଡ ପଛର ସତ । ପ୍ରେମିକ ସହ ହାତ ମିଳାଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ ଜୟଲକ୍ଷ୍ମୀ । ସ୍କୃ ଡ୍ରାଇଭରରେ ଲିଙ୍ଗରାଜଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଏସପି ।

ଛାତିରେ ୨୫ ଥର ଏବଂ ପିଠିରେ ୨୭ ଥର ସ୍କୃ ଡ୍ରାଇଭର ଭୁସି ହତ୍ୟା କରାଯାଇଛି । ସ୍ତ୍ରୀ ଜୟଲକ୍ଷ୍ମୀ ଓ ତାର ପ୍ରେମିକ ଏନ. ଉପେନ୍ଦ୍ରଙ୍କୁ ଗିରଫ କରାଯିବା ପରେ ଉଭୟ ପୋଲିସ ଆଗରେ ସତ ମାନିଛନ୍ତି । ବାହାଘର ପରଠାରୁ ହିଁ ଲିଙ୍ଗରାଜଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର ଚଳାଇଥିଲା ଜୟଲକ୍ଷ୍ମୀ । ଆଉ ବିବାହର ଦେଢ଼ ମାସ ପରେ ଯୋଜନାବଦ୍ଧ ଭାବେ ଲିଙ୍ଗରାଜଙ୍କୁ ହତ୍ୟା କରିଥିଲେ ୨ ଅଭିଯୁକ୍ତ । ମଦ ପିଇବା ବାହାନାରେ ଲିଙ୍ଗରାଜଙ୍କୁ ବାଇକରେ ବସାଇ ନେଇଥିଲା ଏନ. ଉପେନ୍ଦ୍ର । ରାସ୍ତାରେ ହିଁ ବେକକୁ ସ୍କୃ ଡ୍ରାଇଭରରେ ଆକ୍ରମଣ କରିଥିଲା । ଗାଡ଼ିରୁ ପଡ଼ିଯିବା ପରେ ଛାତିରେ ୨୫ ଥର ଏବଂ ପିଠିରେ ୨୭ ଥର ସ୍କୃ ଡ୍ରାଇଭର ଭୁସିଥିଲା । ଏହାପରେ ଲିଙ୍ଗରାଜଙ୍କ ସୁନା ଚେନ ଓ ମୁଦି ନେଇ ଫେରାର ହୋଇଯାଇଥିଲା ଏନ. ଉପେନ୍ଦ । ଅଭିଯୁକ୍ତ ଲିଙ୍ଗରାଜଙ୍କୁ ବାଇକରେ ନେବା ବେଳର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏହାକୁ ମଧ୍ୟ ଜବତ କରିଛି ପୋଲିସ