ଅଜବ ଗାଁର ଗଜବ ନିୟମ । ଏମିତି ଗାଁ, ଯେଉଁଠି ସମସ୍ତଙ୍କ ଘରର କବାଟ ରଙ୍ଗ ସବୁଜ । ଗାଁର ଅଜବ ପରମ୍ପରା ଶୁଣିଲେ ହୋଇଯିବେ ଚକିତ

467

କନକ ବ୍ୟୁରୋ : ଏଭଳି ଗାଁ ଯେଉଁଠି ଆପଣ ପଶିଲେ କାହାଘର କେଉଁଟା ଜାଣିବା ଅସମ୍ଭବ । ଗାଁର ସମସ୍ତଙ୍କ ଘରର କବାଟ ସମାନ ରଙ୍ଗର ଅଥବା ସବୁଜ ହୋଇଥାଏ । ଏହି ଗାଁର ଏଭଳି ପରମ୍ପରା ରହିଛି କି, ଲୋକେ ଚାହିଁଲେ ମଧ୍ୟ ବଦଳାଇ ପାରିବେ ନାହିଁ । କାହଁକି ନାଁ ଏହା ପଛର ଅନେକ କାରଣମାନ ଲୁଚି ରହିଲେ । ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଦୁନିଆରେ ଏଭଳି ଅନେକ ଗାଁ ରହିଛି । ବିଭନ୍ନ ଦେଶରେ ଥିବା ଗାଁମାନଙ୍କରେ ଭିନ୍ନ ଭିନ୍ନ ନିୟମ ଏବଂ ପରମ୍ପରାମାନ ଦେଖିବାକୁ ମିଳିଥାଏ । ଯଦି ବି ଅଧିକାଂଶ ପରମ୍ପରା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଉଛି । କିନ୍ତୁ ଆଜି ମଧ୍ୟ ଅନେ ଗାଁ ରହିଛି ଯେଉଁଠି ବହୁ ପୁରୁଣା ପରମ୍ପରାକୁ ମଧ୍ୟ ଲୋକେ ମାନି ଚଳିବାକୁ ବାଧ୍ୟ ହୁଅନ୍ତି । ବ୍ରିଟେନରେ ରହିଛି ଏଭଳି ଏକ ଗ୍ରାମ । ଯେଉଁଠାରେ ବିଭିନ୍ନ ଅଜବ ଗଜବ ନିୟମ ଏବଂ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ରହିଥିବା ପରମ୍ପରାକୁ କେହି ଚାହିଁଲେ ମଧ୍ୟ ବଦଳାଇ ପାରୁନାହାନ୍ତି କିମ୍ବା ଅମାନିଆ ହେବାକୁ ସାହସ କରୁନାହାନ୍ତି ।

ତେବେ ଏହି ବ୍ରିଟିସ ଗାଁର ନାମ ହେଉଛି ୱେଷ୍ଟୱର୍ଥ । ଏହି ଗାଁରେ ପାଖାପାଖି ୧୪ଶହ ଲୋକ ବାସ କରନ୍ତି । କିନ୍ତୁ ଆଜି ଯାଏଁ କାହାର ମଧ୍ୟ ନିଜସ୍ୱ ଘର ନାହିଁ । ଗାଁରେ ମାତ୍ର ଗୋଟିଏ ଦୋକାନ ରହିଛି । ଏହାସହ ଦୁଇଟି ପବ ଏବଂ ଗୋଟିଏ ରେଷ୍ଟୁରାଣ୍ଟ ରହିଛି । ଲୋକେ ଏତିକିରେ ହିଁ ଚଳିଥାନ୍ତି । ପ୍ରାୟତଃ ଲୋକେ ବାହାର ଦୁନିଆ ବିଷୟରେ ଏତେଟା ଜାଣନ୍ତି ନାହିଁ । ଲୋକେ କୌଣସି କାମକୁ ଅତି ଆରାମରେ କରନ୍ତିି । ଗାଁ ଦେଖିବାକୁ ବହୁତ ସୁନ୍ଦର ହୋଇଥିବାବେଳେ ଲୋକମାନେ କୌଣସି ପରିବର୍ତନ ଆଣିବାକୁ ଚାହୁଁନାହାନ୍ତି । ସବୁଜଦ୍ୱାର ନୀତି ଦୀର୍ଘବର୍ଷରୁ ଏଠାରେ ପ୍ରଚଳିତ ହୋଇ ଆସୁଥିବାରୁ ଏହାକୁ ପରିବର୍ତନ କରାଯାଉନାହିଁ । ‘ଫିଟଜ୍ୱିଲିୟମ ୱେଷ୍ଟୱର୍ଥ ଆମେନିଟି ଟ୍ରଷ୍ଟ’ ଏହି ଗାଁର ରକ୍ଷଣାବେକ୍ଷଣ କରେ । ଏହି ଟ୍ରଷ୍ଟ ଗାଁରେ କୌଣସି ପରିବର୍ତ୍ତନ ଚାହୁଁନାହାନ୍ତି ।

ଟ୍ରଷ୍ଟ ୩ଶହ ବର୍ଷ ଧରି ଏହି ଅଂଚଳର ନିଷ୍ପତି ନେବାକୁ କ୍ଷମତା ରଖିଛି । ଟ୍ରଷ୍ଟ ଏବେ ଏହି ଗାଁର ୯୫ ପ୍ରତିଶତ ମାଲିକ ଅଟେ । ଏଠାକାର ଲୋକେ ପ୍ରକୃତରେ ସେମାନଙ୍କ ଘରର ମାଲିକ ନୁହଁନ୍ତି । ସେମାନେ ମଧ୍ୟ ଘରର ମାଲିକାନା ଦାବି କରିପାରିବେ ନାହିଁ । ଯଦି କୌଣସି ପରିବାରର ସମସ୍ତ ସଦସ୍ୟ ମରିଯାଆନ୍ତି ତାହେଲେ ଘରର ଭଡ଼ା ବଢ଼ିଯାଇଥାଏ । ଯଦି କେହି ଘର କବାଟର ରଙ୍ଗ ସବୁଜ ପ୍ରଶାସନର ଅନୁମତି ନେବାକୁ ପଡ଼ିଥାଏ । ଗ୍ରାମର ମୁଖ୍ୟ କହିଛନ୍ତି କି, ଘରରକୁ ରଙ୍ଗକୁ ଦେଖି ଏହା ୱେ୍େଟୱର୍ଥର ଅଂଶ ବୋଲି ଜଣାପଡ଼ିଥାଏ । କାହଁକି ନାଁ ସମସ୍ତ ଘରର କବାଟ ସମାନ ରହିବା ଏକ ପରମ୍ପରା ଏବଂ ଇତିହାସ ବୋଲି ମାନନ୍ତି । ଏଣୁ ଏହାକୁ କେହି ବଦଳାଇବାକୁ ଚାହାନ୍ତି ନାହିଁ ।