ରାଜଧାନୀରେ ହେବ ସ୍ୱତନ୍ତ୍ର ‘ଡଗ୍ ଶୋ’ । ଭାଗ ନେବେ ୩୦ ପ୍ରଜାତିର କୁକୁର

72

କନକ ବ୍ୟୁରୋ: ରାଜଧାନୀରେ କୁକୁରଙ୍କର ହେବ ସ୍ୱତନ୍ତ୍ର ସୋ’ । ଏହି ଡଗ୍ ସୋ’ରେ ସାମିଲ ହେବେ ୩୦ ପ୍ରଜାତିର କୁକୁର । ଜର୍ମାନ ସେଫର୍ଡ, ଲାବ୍ରାଡର ରିଟ୍ରାଇଭର, ଡୋଗରମ୍ୟାନ୍ ଭଳି ପ୍ରଜାତିର କୁକୁର ଦେଖାଇବେ କୌଶଳ । ଓଡ଼ିଶା କେନେଲ କ୍ଲବ ପକ୍ଷରୁ ୟୁନିଟ୍-୬ ସରକାରୀ ବାଳକ ହାଇସ୍କୁଲରେ ୩ ଦିନ ଧରି ଏହି ସୋ’ ଚାଲିବ ।

କରୋନା ଯୋଗୁଁ ଗତ ଦୁଇବର୍ଷ ଧରି ଡଗ୍ ସୋ’ ବନ୍ଦ ରହିଥିଲା । କିନ୍ତୁ ଏଥର ରେକର୍ଡ ସଂଖ୍ୟକ କୁକୁର ପ୍ରତିଯୋଗିତାରେ ଭାଗ ନେବେ । ସୋ’ ପାଇଁ ୪୦୦ରୁ ଅଧିକ କୁକୁରଙ୍କର ପଞ୍ଜିକୃତ ହୋଇଛି । ଅପରାହ୍ନ ୩ଟା ଯାଏଁ ଜର୍ମାନ ସେଫର୍ଡ ସ୍ପେଶିଆଲିଟି ସୋ’ ଚାଲିବ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡଗ୍ ସୋ’ ବିଚାରପତି ତଥା ଅଷ୍ଟ୍ରେଲିଆର ଲୁଇସ୍ ଡୋନାଲ୍ଡ ଏହାର ବିଚାରପତି ସାଜିବେ । ଆସନ୍ତାକାଲି ସକାଳ ୧୦ରୁ ୨ଟା ଯାଏ ଲାବ୍ରାଡୋର ରିଟ୍ରାଇଭର ସ୍ପେଶାଲିଟି ଶୋ’ ଚାଲିବ । ୧୧ ତାରିଖରେ ସବୁ ପ୍ରଜାତିର ଚାମ୍ପିୟନଶିପ୍ ଡଗ୍ ଶୋ’ ଆୟୋଜନ ହେବ ।