ଆମେରିକାରେ ସମଲିଙ୍ଗୀ ବିବାହକୁ ମିଳିଲା ମଞ୍ଜୁରୀ, ଜାଣନ୍ତୁ କଣ କହିଲେ ରାଷ୍ଟ୍ରପତି ବାଇଡେନ

111

କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଏବେ ବି ଅନେକ ଦେଶରେ ତର୍କ ବିତର୍କ ଜାରି ରହିଛି । ହେଲେ ଆମେରିକା ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆମେରିକାର ତଳ ସଂସଦରେ ସମଲିଙ୍ଗୀ ବିବାହ ଓ ଅନ୍ତରଜାତୀୟ ବିବାହକୁ ମଞ୍ଜୁରୀ ମିଳିଛି । ଏହା ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି କୁହାଯାଇଛି ।

ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ବିଧେୟକକୁ ହାଉସରେ ୧୫୮-୧୬୯ ଭୋଟରେ ପାରିତ କରାଯାଇଛି । ଏହି ବିଧେୟକ ସମର୍ଥନରେ  ରିପବ୍ଲିକାନ ପାର୍ଟିର ୩୯ ଜଣ ସାଂସଦ ଭୋଟ ଦେଇଥିବା ଜଣାପଡିଛି । ଗତ ସପ୍ତାହାରେ ଆମେରିକା ସଂସଦରେ ଏହି ବିଧେୟକକୁ ପାରିତ କରାଯାଇଥିଲା । ବିଧେୟକଙ୍କ ସମର୍ଥନରେ ୬୧ ଜଣ ଭୋଟ ଦେଇଥିବା ବେଳେ ଏହା ବିରୋଧରେ ୩୬ ଜଣ ଭୋଟ ଦେଇଥିଲେ ।

ଏହି ବିଲ୍ ପାରିତ ହେବା ପରେ ଏହାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ସଂସଦ ଆଜି ଏହା ସୁନିଶ୍ଚିତ କରିଛି କି ଆମେରିକାର କୌଣସି ବ୍ୟକ୍ତି ଭଲ ପାଉଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ବିବାହ କରିପାରିବ । ଏହି ଆଇନ ଲକ୍ଷଲକ୍ଷ ସମଲିଙ୍ଗୀ ଓ ଅନ୍ତରଜାତୀୟ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ମନରେ ଶାନ୍ତି ଦେବ । ଏହାସହ ଏହି ବିବାହକୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବ ବୋଲି ବାଇଡେନ କହିଛନ୍ତି ।