ସୁବର୍ଣ୍ଣପୁର କଳାପଥର ଗାଁରେ ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ପାଟିତୁଣ୍ଡ-ମାରପିଟ।

95

କନକ ବ୍ୟୁରୋ: ଲାଇଟ୍ ଲିଭାକୁ ନେଇ ତୁମୁଳକାଣ୍ଡ । ଗାଁ ଦାଣ୍ଡରେ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ । ଆଉ ଏହି ଗଣ୍ଡଗୋଳ ଯୋଗୁଁ ଜଣେ ଲୋକଙ୍କ କାନ ଛିଣ୍ଡିଯିବ, ଏକଥା ହୁଏତ୍ କେହି କେବେ ଭାବିନଥିବେ । ସାମନ୍ୟ ଝଗଡାରୁ ରାଗିଯାଇ ଜଣେ ବ୍ୟକ୍ତି, ଅନ୍ୟଜଣଙ୍କ କାନକୁ କାମୁଡି ଛିଣ୍ଡେଇ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କାନଟି ଏମିତି ଛିଣ୍ଡିଛି ଯେ, ତାକୁ ଆପଣମାନେ ଦେଖିଲେ ବିଚଳିତ ହେବେ ।

ସୂଚନା ଅନୁସାରେ, ଗାଁର ଗତକାଲି ରାତିରେ ଲାଇଟ୍ ଲିଭାକୁ ନେଇ ଜିବର୍ଦ୍ଧନ ଗରିଆ ଓ ଗାଁର ଦାଶରଥୀ କର୍ଣ୍ଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଦୁହେଁଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା । ଏହି ଗଣ୍ଡଗୋଳ ଭିତରେ ଦାଶରଥୀ କର୍ଣ୍ଣ, ଜିବର୍ଦ୍ଧନ ଗରିଆଙ୍କ କାନକୁ କାମୁଡି ଦେଇଥିଲେ । ସେ ଏତେ ଯୋରରେ କାନକୁ କାମୁଡି ଦେଇଥିଲେ ଯେ, ଜିବର୍ଦ୍ଧନଙ୍କ କାନଟି ସମ୍ପୂର୍ଣ୍ଣ ଛିଣ୍ଡିଯାଇଛି । ସ୍ଥାନୀୟ ଲୋକ ଜିବର୍ଦ୍ଦନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ବର୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ।