ଗାଜାବାସୀଙ୍କ ପାଇଁ ଆଶାର ଆଲୋକ । ଯୁଦ୍ଧର ୧୫ ଦିନ ପରେ ପହଂଚିଲା ମାନବୀୟ ସହାୟତା

126

କନକ ବ୍ୟୁରୋ : ଆତଙ୍କୀ ଗୋଷ୍ଠୀ ହମାସର ବର୍ବରକାଣ୍ଡ ପରେ ଗାଜା ଉପରେ ପାଲଟା ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗାଜାରେ ଜୋରଦାର ଚାଲିଛି ବିମାନ ଆକ୍ରମଣ । ଏହାସହ ଗାଜାକୁ ଅବରୋଧ କରି ରଖିଛି ଇସ୍ରାଏଲ । ଫଳରେ ଖାଦ୍ୟ, ପାନୀୟ ଓ ଔଷଧର ଘୋର ଅଭାବ ଦେଖାଦେଇଛି । ଏଭଳି ସଙ୍ଗୀନ ସ୍ଥିତି ବେଳେ ଗାଜାବାସୀଙ୍କ ପାଇଁ ଆଶାର କିରଣ ଦେଖାଦେଇଛି । ଇଜିପ୍ଟ ସୀମା ଦେଇ ଗାଜାରେ ସହାୟତା ଟ୍ରକ ପହଂଚିଛି   । ଯୁଦ୍ଧର ୧୫ଦିନ ପରେ ଏହି ମାନବୀୟ ସହାୟତା ପହଂଚିଛି । ଜାତିସଂଘ ଓ ଆମେରିକାର ପ୍ରୟାସ ପରେ ଏହା ସମ୍ଭବ ହୋଇପାରିଛି । ବିଭିନ୍ନ ଆରବ ରାଷ୍ଟ୍ର ଓ ଜାତିସଂଘ ପକ୍ଷରୁ ଏହି ସହାୟତା ପଠାଯାଇଛି । ଗାଜାରେ ପ୍ରାୟ ୨୦ ଲକ୍ଷ ଲୋକ ରହନ୍ତି । ହେଲେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସେମାନଙ୍କ ଜୀବନ ବିପର୍ଯ୍ୟସ୍ଥ ହୋଇପଡ଼ିଛି ।

ଅନ୍ୟ ଏକ ବଡ଼ ଘଟଣାକ୍ରମରେ ହମାସ କବଳରୁ ମୁକୁଳିଛନ୍ତି ଦୁଇ ଆମେରିକୀୟ । ହମାସ ପ୍ରାୟ ୨ଶହ ଲୋକଙ୍କୁ ପଣବନ୍ଦୀ ରଖିଥିବାବେଳେ ସେଥିରୁ ୨ ଆମେରକୀୟଙ୍କୁ ଛାଡି ଦେଇଛି । ମାନବିକତା ଦୃଷ୍ଟି ଏମାନଙ୍କୁ ଛଡ଼ାଯ୍ଧବଥିବା ହମାସ୍ କହିଛି । ଅନ୍ୟମାନଙ୍କୁ ମୁକ୍ତ କରିବାକୁ କତାର ସହାୟତାରେ ଆଲୋଚନା ଚାଲିଛି ।

ଯୁଦ୍ଧ ଯୋଗୁଁ ଗାଜାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହା ଭିତରେ ଇଜିପ୍ଟରେ ଶାନ୍ତି ସମ୍ମିଳନୀ । ଇଜିପ୍ଟ ସହ ଏହି ବୈଠକରେ କତାର, ତୁର୍କୀ, ଗ୍ର୍ରୀସ, ୟୁଏଇ, ବାହାରିନ, ସାଉଦିଆରବ, ଇରାକ ଓ ସାଇପ୍ରସ ପରି ଦେଶ ଯୋଗଦେଇଛନ୍ତି । ଅନ୍ୟପଟେ ଯୁଦ୍ଧ ଭିତରେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଇସଲାମିକ ରାଷ୍ଟ୍ରକୁ ନଯିବାକୁ ନିଜ ନାଗରିକମାନଙ୍କୁ ପରାମର୍ଶ ଦେଇଛି ଇସ୍ରାଏଲ ।