ଆଗକୁ ଲମ୍ବିବ ବଡ଼ ନେତାଙ୍କ ଲମ୍ବା ତାଲିକା: ଓଡ଼ିଶା ଗସ୍ତରେ ବିଜେପିର ହେବିୱେଟ୍ ନେତା

306

କନକ ବ୍ୟୁରୋ: ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳର ସବୁଠୁ ବଡ଼ ଚେହେରା ପ୍ରଚାରକୁ ଓହ୍ଳାଉଛନ୍ତି । ବିଜେଡି ସୁପ୍ରିମୋ ତଥା ଦଳର ୧ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ପର୍ଯ୍ୟାୟ ପରେ ପର୍ଯ୍ୟାୟ ପ୍ରଚାର କରୁଛନ୍ତି । ଆସନ୍ତାକାଲି ନବୀନ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବ୍ରହ୍ମପୁର ଓ ନବରଙ୍ଗପୁର ଆସି ନିର୍ବାଚନୀ ପ୍ରଚାର କରିବେ । ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନଜରରେ ରଖି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବଡ଼ ବଡ଼ ଚେହେରା । ବିଜେପି ତାରକା ପ୍ରଚାରକ ତାଲିକାର ଶୀର୍ଷରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବ୍ରହ୍ୱପୁର ଓ ନବରଙ୍ଗପୁରରେ ପ୍ରଥମ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଏବଂ ତୁହାକୁ ତୁହା ପ୍ରଚାର କରୁଛନ୍ତି । ଆସନ୍ତାକାଲି ନବୀନ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର କାର୍ଯ୍ୟକ୍ରମ ଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମେ’ ୪ ତାରିଖ         ମେ’ ୫ ତାରିଖ            ମେ’ ୬
ଏସ୍ ଜୟଶଙ୍କର          ଜେପି ନଡ୍ଡା             ନରେନ୍ଦ୍ର ମୋଦୀ

ମେ’ ୪ ତାରିଖରେ ବୈଦେଶିକ ବ୍ୟାପର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ତା ଠିକ୍ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଉ ନଡ୍ଡାଙ୍କ ଦିନିକିଆ ଗସ୍ତ ସାରି ଫେରିବାର ଠିକ୍ ପରେ ପରେ ମେ’ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ । ହେବିୱେଟ ନେତାଙ୍କ ଏହି ଘନ ଘନ ଗସ୍ତ ପଛରେ ରହିଛି ୨୪ ମହାଲଢ଼େଇରେ ବିଜେପିର ବାଜିମାତ୍ ଲକ୍ଷ୍ୟ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଦୁଇ ଦିନଆ ଗସ୍ତରେ ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ବିଭିନ୍ନ ବର୍ଗର ବିଶେଷବ୍ୟକ୍ତିଙ୍କ ସହ ଚର୍ଚ୍ଚା-ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜେପି ନଡ୍ଡା, ଭୁବନେଶ୍ୱର ଓ କଟକରେ ରାଜ୍ୟର ପ୍ରମୁଖ ନେତାଙ୍କ ସହ ୱାନ-ଟୁ-ୱାନ୍ ଚର୍ଚ୍ଚା କରିବେ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆର ଗସ୍ତରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

ବିଜେପିର ଏହି ପ୍ରସ୍ତୁତି ଭିତରେ କିନ୍ତୁ ବିଜେଡି ପଛରେ ରହିନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ତାରିଖରେ ମାରାଥନ ପ୍ରଚାର କରିବେ । ଦିନିକିଆ ଗସ୍ତରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚା କରିବେ । ସେପେଟ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତାଙ୍କ ପ୍ରଚାର ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଭଳି ବଡ଼ ଚେହେରା ଓଡ଼ିଶା ଆସି ପ୍ରଚାର କରିବା ନେଇ ଖସଡ଼ା ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।