କୋରାପୁଟ କୋଟପାଡ ପାଣି ପାଇଁ ହାହାକାର: ହାଣ୍ଡି ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

37

କନକ ବ୍ୟୁରୋ: ପାଣି ପାଇଁ ପଂଚାୟତ ଅଫିସ ଘେରାଉ । ହାଣ୍ଡି ମାଠିଆ ଧରି ଅଫିସ ଘେରାଉ କରିଛନ୍ତି ମହିଳା । ପାଣି ନଦେଲେ ତାଲା ପକାଇବାକୁ ମହିଳାମାନେ ଚେତାବନୀ ଦେଇଥିବା ବେଳେ ଅଧିକାରୀ କହିଛନ୍ତି, ନିର୍ବାଚନ ସମୟରେ ତାଙ୍କ କଥା କେହି ଶୁଣୁନାହାନ୍ତି । କୋରାପୁଟ କୋଟପାଡ ନିର୍ବାଚନ ମଣ୍ଡଳିରୁ ଏଭଳି ଖବର ସାମ୍ନାକୁ ଆସିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଥିବା ବେଳେ ଅଧିକାରୀଙ୍କ ନିର୍ବାଚନ ପ୍ରତିକ୍ରିୟା ସ୍ଥିତିକୁ ଆହୁରି ବିଗାଡି ଦେଇଛି ।