ପୁଣି ଫେରିଲା ତାତି: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ, ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ।

132

କନକ ବ୍ୟୁରୋ: ପୁଣି ଫେରିଲା ତାତି, ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଆଜି ବୌଦ୍ଧରେ ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ୪୦ ଡିଗ୍ରୀ ଉପରେ ୨୬ଟି ସହରର ତାପମାତ୍ରା ରହିଛି । ଯେଉଁଥିରେ ଅଛି ଟିିଟିଲାଗଡ଼: ୪୪ ଡିଗ୍ରୀ, ନୂଆପଡ଼ା:୪୩.୯ ଡିଗ୍ରୀ, ବଲାଙ୍ଗୀର:୪୩.୪ ଡିଗ୍ରୀ, ମାଲକାନଗିରି:୪୩.୩ ଡିଗ୍ରୀ, ପାରଳାଖେମୁଣ୍ଡି:୪୩.୩ ଡିଗ୍ରୀ, ଭବାନୀପାଟଣା:୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।