ନାମାଙ୍କନ ବେଳେ ନାକେଦମ୍ ହେଲା ପୁଲିସ । ଆଠଗଡରେ ବାଉଁଶ ବ୍ୟାରିକେଡ ଭାଙ୍ଗି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ କର୍ମୀ

205

କନକ ବ୍ୟୁରୋ : ନାମାଙ୍କନ ବେଳେ ନାକେଦମ୍ ହେଲା ପୁଲିସ । ଭିଡ ନିୟନ୍ତ୍ରଣ କରିବା ବେଳେ ବିଜେପି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସର ଆଗରେ ପ୍ରବଳ ଭିଡ ହୋଇଥିଲା । ବିଜେପି ପାର୍ଥୀ ଅଭୟ ବାରିକ ନିଜ କର୍ମୀଙ୍କ ସହ ନାମାଙ୍କନ ପତ୍ର ଦାଖଲ ପାଇଁ ଆସିଥିବା ବେଳେ ଏଭଳି ସ୍ଥିତି ଉପୁଜିଥିଲା । ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯିବା ପାଇଁ କହିବାରୁ ବିଜେପି କର୍ମୀ ଓ ପୁଲିସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି କର୍ମୀ ପୁଲିସ ପକ୍ଷରୁ ୩ଟି ସ୍ଥାନରେ ହୋଇଥିବା ବାଉଁଶ ବ୍ୟାରିକେଡ୍ ଭାଙ୍ଗି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧଶେଇ ପସିଥିଲେ ।