ସବୁ ବର୍ଗ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସମରେନ୍ଦ୍ରଙ୍କ ସମରସଜା । ବରିଷ୍ଠଙ୍କ ପାଇଁ ଆଶୀର୍ବାଦ ସଭା ଠାରୁ ଯୁବବର୍ଗ ପାଇଁ ୟୁଥ୍ କନକ୍ଲେଭର ଆସର

63

କନକ ବ୍ୟୁରୋ : ପ୍ରାର୍ଥୀପତ୍ର ଦାଖଲ ସରିଛି, ଏବେ ନିଜ ନିଜ ସପକ୍ଷରେ ମତ ଯୋଗାଡ କରିବାର ସମୟ । ବଲାଙ୍ଗୀରବାସୀଙ୍କୁ ମନେଇବା ଉଦେଶ୍ୟରେ କଂଗ୍ରେସ-ବିଜେଡି ଓ ବିଜେପିର ଜୋରଦାର ଉଦ୍ୟମ । ବିଜେଡି ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ପ୍ରଚାରକୁ ମାତ ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଆପଣାଇଛନ୍ତି ଭିନ୍ନ ଭିନ୍ନ ତରିକା ।

ସବୁ ବର୍ଗର ଭୋଟରଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ଉଦେଶ୍ୟରେ ସମରେନ୍ଦ୍ରଙ୍କ ବଲାଙ୍ଗୀର ସମରସଜାକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ପ୍ରତି ପଂଚାୟତରେ ୨-୩ଟି ଗାଁର ଏକ ନିର୍ଦ୍ଧିଷ୍ଟ ବର୍ଗର ଭୋଟରଙ୍କୁ ନେଇ ସଭା ସମିତି କରିବା ସହ ମନୋରଂଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନା କରାଯାଇଛି ।