ବାପା ପାଠ ପଢିବାକୁ କହିଲେ ବୋଲି… ରଶି ଲଗାଇ ଝୁଲିପଡିଲା ୯ ବର୍ଷର କୁନି ‘ଇନଷ୍ଟା କ୍ୱିନ୍’

16,835

କନକ ବ୍ୟୁରୋ: ବାପା ପଢିବାକୁ କହିଲେ ବୋଲି ରଶି ଲଗାଇ ଝୁଲିପଡିଲେ ୯ ବର୍ଷର କୁନି ‘ଇନଷ୍ଟା କ୍ୱିନ୍’ । ତାମିଲନାଡୁ ପେରିୟାକୁପ୍ପମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ତାମିଲନାଡୁର ପେରିୟାକୁପ୍ପମରେ ଏଭଳି ଦୁଃଖଦ ଘଟଣା ଘଟିଛି । ପ୍ରକୃତ କଥା ହେଉଛି ପ୍ରତୀକ୍ଷା ନାମକ ୯ ବର୍ଷର ଝିଅ, ଯାହାକୁ ସାହିପଡିଶା ସମସ୍ତେ ‘ଇନଷ୍ଟା କ୍ୱିନ୍’ ବୋଲି କୁହନ୍ତି । ସବୁବେଳେ ବିଭିନ୍ନ ରିଲ୍ସ ବନାଇ ଚର୍ଚ୍ଚାରେ ରହିଆସିଥିଲେ ୯ବର୍ଷର ପ୍ରତୀକ୍ଷା ।

ଥରେ ସେ ବାହାରେ ଖେଳୁଥିବାବେଳେ ବାପା ତାଙ୍କୁ ଘରକୁ ଯାଇ ପଢିବାକୁ କହିଥିଲେ । ଆଉ ଝିଅ ହାତରେ ଚାବି ଦେଇ ପେଟ୍ରୋଲ ଭରିବାକୁ ଚାଲିଗଲେ । ଆଉ ସେ ରାତି ପାଖାପାଖି ୮ ଟାରେ ଘରକୁ ଫେରିବା ବେଳକୁ କବାଟ ବାଡେଇଥିଲେ ବି ଝିଅର କୌଣସି ଉତ୍ତର ମିଳିନଥିଲା । ବାଧ୍ୟହୋଇ କବାଟ ଭାଙ୍ଗି ଘରକୁ ପଶିବାବେଳକୁ ଝିଅ ପ୍ରତୀକ୍ଷା ବେକରେ ଗାମୁଛା ଲଗାଇ ଝୁଲିରହି ଛଟପଟ ହେଉଥିବା ଦେଖିଲେ । ତୁରନ୍ତ ତାକୁ ହସ୍ପିଟାଲ ନେଇଥିଲେ ବି ସେଠାରେ ପ୍ରତୀକ୍ଷାର ମୃତ୍ୟୁ ହୋଇଥିଲା ।

ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ୧୦ ବର୍ଷର ନାବାଳକ ମୋବାଇଲ ଗେମ୍ ଖେଳକୁ ନେଇ ଆତ୍ମହତ୍ୟା ଖବର ଆସିଥିଲା । ଆରୁଷ ସ୍କୁଲ ନଯାଇ ମୋବାଇଲେ ଗେମ୍ ଖେଳୁଥିବାବେଳେ ପାଠ ପଢିବାକୁ ତାକୁ ବାପା, ମା’ ପାଟି କରିଥିଲେ । ଏହି ଘଟଣାକୁ ନେଇ ଆରୁଷ ମଧ୍ୟ ଆତ୍ମହତ୍ୟା କରିଥିଲା ।