ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍ । ବନ୍ୟା ନିୟନ୍ତ୍ରଣ ପାଇଁ ନିଆଗଲା ବଡ ନିଷ୍ପତ୍ତି

114

କନକ ବ୍ୟୁରୋ: ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ବନ୍ୟା ଆଶଙ୍କା । ହେଲେ ଏହାକୁ ନିୟନ୍ତ୍ରଣ କରିବାକୁ ଆଜି ହୀରାକୁଦ ଡ୍ୟାମର ୮ଟି ଗେଟକୁ ବନ୍ଦ କରିଦିଆଯାଇଛି । ପୂର୍ବରୁ ୩୪ଟି ଗେଟ୍ ଖୋଲାଥିବାବେଳେ ଏବେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ବଡ କଥା ହେଉଛି, ଏବେବି ଡ୍ୟାମ ଦେଇ ଯେତିକି ଜଳ ନିଷ୍କାସିତ ହେଉଛି ତାହା ପହଞ୍ଚିବା ପରେ ଜଳସ୍ତର ବଢିବ । ତେବେ ୮ଟି ଗେଟ୍ ବନ୍ଦ ହେବା ପରେ ଜଳସ୍ତର ପାଖାପାଖି ୧ ଲକ୍ଷରୁ ସାଢେ ୧.୩୦ ଲକ୍ଷ କ୍ୟୁସେକ୍ ଜଳସ୍ତର କମିଯିବା କୁହାଯାଇଛି ।

ତେବେ ନରାଜରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ଉପରମୁଣ୍ଡ ଓ ତଳମୁଣ୍ଡ ପାଣି ମିଶିବା ପରେ ଜଳସ୍ତର ବଢୁଛି । । ଆଜି ଅପରାହ୍ନରେ ହୀରାକୁଦ ପାଣି ନରାଜରେ ପହଞ୍ଚିବ ବୋଲି ସୂଚନା ରହିଛି ।