ବିରୋଧ ସତ୍ତ୍ୱେ ପାତାଳି ଶ୍ରୀକ୍ଷେତ୍ରରେ ଫାଇଭ-ଟି ସଚିବ, ମହାପ୍ରଭୁଙ୍କୁ କଲେ ଦର୍ଶନ

306

କନକ ବ୍ୟୁରୋ : ପାତାଳି ଶ୍ରୀକ୍ଷେତ୍ରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ସୋନପୁର ଗସ୍ତରେ ଥିବା ବେଳେ ସଚିବ ପାତାଳି ଶ୍ରୀକ୍ଷେତ୍ର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏହାବାଦ ମିଶନ ଶକ୍ତି ଗୋଷ୍ଠୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ସୋନପୁର ଗସ୍ତ ବେଳେ ଫାଇଭ ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ ହୋଇଥିଲା । ସୁବର୍ଣ୍ଣପୁର କୋଟ-ସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ସଚିବ ଉଲୁଣ୍ଡା ଅଭିମୁଖେ ଯାଉଥିଲେ । ଏହି ସମୟରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଥିଲା । ଆମ ଆଦମୀ କର୍ମକର୍ତ୍ତା କଳା ପତାକା ଦେଖାଇ ସଚିବଙ୍କ ଗସ୍ତକୁ ବିରୋଧ କରିବା ସହ କାରକେଡକୁ ଅଣ୍ଡାମାଡ଼ କରିଥିଲେ । ସେପଟେ ସଚିବଙ୍କ ଗସ୍ତକୁ ବିରୋଧ କରି ଗୋ-ବ୍ୟାକ୍ ନାରା ଦେଇ ବିଜେପି କର୍ମୀ ଧାରଣାରେ ବସିଛନ୍ତି ।