ଶାରଳା ମନ୍ଦିରରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ : ମନ୍ଦିରର ଉନ୍ନୟନ ମୂଳକ କାମର କଲେ ସମୀକ୍ଷା

107

କନକ ବ୍ୟୁରୋ : ଜଗତସିଂହପୁର ମାଆ ଶାରଳାଙ୍କ ମନ୍ଦିରରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ସକାଳ ୭ଟାରେ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ଏହା ସହ ମନ୍ଦିର ପରିସର ବୁଲି ଦେଖିଥିଲେ ଫାଇଭ୍ ଟି ସଚିବ । ଏହା ସହ ମନ୍ଦିରର ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ।

ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏହା ସହ ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ୱିକ ସ୍ଥାନ ବୁଲି ଦେଖିଛନ୍ତି ଫାଇଭ୍ ଟି ସଚିବ ଭି. କେ ପାଣ୍ଡିଆନ୍ । ମନ୍ଦିରର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଫାଇଭ୍ ଟି ସଚିବ ପରାମର୍ଶ ଦେଇଛନ୍ତି ।