ଖରାଦିନ ପାଇଁ କାକୁଡି ଫେସପ୍ୟାକ୍ । ଚମକିବ ଚେହେରା

176

କନକ ବ୍ୟୁରୋ: କାକୁଡି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ । ତେଣୁ ଖରାଦିନେ ଏହାର ଫେସପ୍ୟାକ୍ ତିଆରି କରି ଲଗାନ୍ତୁ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପକାରୀତା ।

କାକଡିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରନ୍ତୁ । ଯଦି ଏଥିରେ କିଛି ଖଦଡା ଅଂଶ ରହିଯାଏ ତେବେ ଛାଣି ବାହାର କରିଦିଅନ୍ତୁ । ଏବେ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ରୁ ୨୦ ମିନିଟ ଛାଡିଦିଅନ୍ତୁ । ଏହାପରେ ମୁହଁ ଧୋଇ ପୋଛି ଦିଅନ୍ତୁ ।

ପ୍ରଥମେ ଏକ ଛୋଟ କାକୁଡିକୁ ଭଲଭାବେ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟରେ କିଛି ଆଲୋଭେରା ତେଲ ମିଶାଇ ମୁହଁରେ ପ୍ରତିଦିନ ଲଗାନ୍ତୁ । ମୁହଁ ଶୁଖିଗଲା ପରେ ଧୋଇ ଦିଅନ୍ତୁ ।

କାକୁଡି ଫେସପ୍ୟାକ ଲଗାଇଲେ ମୁହଁର ଦାଗ ଦୂର ହେବା ସହ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଅନ୍ୟପଟେ ଯଦି କେହି ଅଏଲି ସ୍କିନ ସମସ୍ୟା ଭୋଗୁଥାନ୍ତି ତେବେ କାକୁଡି ପ୍ୟାକରେ ମଧ୍ୟ ଏହି ସମସ୍ୟାକୁ ଦୂର କରାଯାଇପାରିବ ।

କାକୁଡି ଫେସପ୍ୟାକ ଲଗାଇଲେ ତ୍ୱଚାରେ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଇଥାଏ ।

ସବୁ ପ୍ରକାର ତ୍ୱଚା ପାଇଁ କାକୁଡି ରସରେ ବେସନ ମିଶାଇ ଲଗାନ୍ତୁ । ମୁହଁର ଉଜ୍ୱଳତା ବୃଦ୍ଧି ପାଇବ ।

କାକୁଡି ଓ ଟମାଟୋକୁ ଗ୍ରାଇଣ୍ଡିଂ କରି ସେହି ପ୍ୟାକକୁ ମୁହଁରେ ଲଗାଇ ୨ ମିନିଟ ଛାଡି ଧୋଇଦିଅନ୍ତୁ । ମୁହଁ ଖୁବ ସୁନ୍ଦର ଦିଶିବ ।

କାକୁଡି ରସ ସହ ଦହି ମିଶାଇ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ତ୍ୱଚା ଅତ୍ୟଧିକ ତୈଳାକ୍ତ ହୋଇଥିଲେ ବି ଏଥିରୁ ଫାଇଦ ମିଳିବ ।
କାକୁଡି ରସ ସହ ଆଳୁରସ ମିଶାଇରେ ମୁହଁରେ ଲଗାନ୍ତୁ । ଏହାକୁ ୧୫ ମିନିଟ ଯାଏଁ ଛାଡି ଦିଅନ୍ତୁ । ଏହାପରେ ଧୋଇଦିଅନ୍ତୁ । ଫଳରେ ତ୍ୱଚା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବ ।