ଗଜପତି ଗସ୍ତରେ ଫାଇଭ୍-ଟି ସଚିବ : ସାଧାରଣ ସଭାରେ ଯୋଗଦେଇ ଶୁଣିିଲେ ଲୋକଙ୍କ ଅଭିଯୋଗ

95

କନକ ବ୍ୟୁରୋ : ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଗତକାଲି ଅପରାହ୍ଣରେ ମୋହନା ହାଇସ୍କୁଲ ପଡ଼ିଆରେ ଓହ୍ଲାଇବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ବିଜୁ ଏକ୍ସପ୍ରେସ୍ ୱେର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୌଦ୍ଧ ମନ୍ଦିରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ସାଧାରଣ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।