ପାଣ୍ଡିଆନ କହିଲେ ନବୀନଙ୍କ ଜଗନ୍ନାଥ ଭକ୍ତିର କଥା । ୨୦୧୬ରେ ପୁରୀ ଯିବା ରାସ୍ତାରେ ଘଟିଥିଲା କଣ… ???

1,776

କନକ ବ୍ୟୁରୋ: ନବୀନଙ୍କ ଜଗନ୍ନାଥ ଭକ୍ତି କଥା କହିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ ବଡ ଭକ୍ତ । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ କେବେ ଠାରୁ କରାଗଲା । ପୁରୀର ବିକାଶ ପାଇଁ କେଉଁ ପରିସ୍ଥିତିରେ ପରିକଳ୍ପନା କରାଗଲା ତା ଉପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ।

୨୦୧୬ରେ ପୁରୀର ଐତିହ୍ୟ କରିଡର ବିକାଶ ନେଇ ଯୋଜନା ହୋଇଥିବା କହିଲେ ପାଣ୍ଡିଆନ । ୨୦୧୬ରେ ନୂଆବର୍ଷ ପାଇଁ ଜଗନ୍ନାଥଙ୍କୁ ଦର୍ଶନ ସାରି ଫେରିବା ବେଳେ ହିଁ ଏଭଳି ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥନ ଭକ୍ତି କଥା ବଖାଣିଲେ ପାଣ୍ଡିଆନ । ନବୀନଙ୍କ ପାଖରେ ବସି ତାଙ୍କ ଭାବଭଙ୍ଗୀ କେମିତି ରହୁଥିଲା ତାହା କହିଛନ୍ତି ପାଣ୍ଡିଆନ । ତେବେ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଯେତେବେଳେ ପୁରୀ ଯାଆନ୍ତି ବାଟସାରା ସେ ଜଗନ୍ନାଥଙ୍କ ହୋର୍ଡିଂ ଦେଖି ପ୍ରଣାମ କରନ୍ତି । ଆଉ ୨୦୧୬ରେ ଜଗନ୍ନାଥଙ୍କ ଦର୍ଶନ ବେଳେ ମୁଁ ଭିନ୍ନ ଏକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲି ।

ତେବେ ଦର୍ଶନ ସାରି ଫେରିବା ବେଳେ ଐତିହ୍ୟ କରିଡର ବିକାଶ ନେଇ ଯୋଜନା ହୋଇଥିଲା । ସାର ମତେ ପୁରୀର ବିକାଶ ଓ ଜଗନ୍ନାଥ ପ୍ରେମୀଙ୍କ ପାଇଁ କିଛି କରିବାକୁ ହେବ ବୋଲି ଯୋଜନା କରିଥିବା କହିଛନ୍ତି ପାଣ୍ଡିଆନ । ଲୋକସେବା ଭବନରେ ପୁରୀର ଐତିହ୍ୟ କରିଡର ବିକାଶ ନେଇ ବୈଠକରେ ନବୀନଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପାଣ୍ଡିଆନ