ଅକ୍ଟୋବର ସୁଦ୍ଧା ଦେଶରେ ଆରମ୍ଭ ହେବ ୫ଜି ସେବା । ଅଶ୍ୱିନୀ ବୈଷ୍ଣବ କହିଲେ, ୨-୩ ବର୍ଷରେ କୋଣଅନୁକୋଣରେ ପହଁଞ୍ଚିବ ସେବା । 

133

କନକ ବ୍ୟୁରୋ: ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ଆଶା ପ୍ରକାଶ କରିଛନ୍ତି । ଟେଲିକମ କମ୍ପାନୀଗୁଡିର ଏଥିପାଇଁ କାମକରୁଛନ୍ତି ଓ ଇନଷ୍ଟାଲସେନର କାମ ଜାରି ରହିଛି । ଏଥିପାଇଁ ଟେଲିକମ୍ କମ୍ପାନୀଗୁଡିକ ସରକାରଙ୍କୁ ଯେତିକି ଟଙ୍କା ଦେବା କଥା ତାହା ପୈଠ କରିସାରିଛନ୍ତି ।