କୋମାରୁ ଉଠିଲେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଅମିତାଭଙ୍କ ଅଡିଓ ଶୁଣିବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଆସିଲା ସୁଧାର।

161

କନକ ବ୍ୟୁରୋ: ରାଜୁ ଉଠ.. ବହୁତ ହେଲା.. ଏବେ ବହୁତ କାମ କରିବାର ଅଛି.. ଏବେ ଉଠି ଯାଅ, ଆମ ସଭିଁଙ୍କୁ ହସିବା ଶିଖାଉ ଥାଅ.. । ଅସୁସ୍ଥ ଥିବା ଲୋକପ୍ରିୟ କମେଡିଆନ ରାଜ ଶ୍ରୀବାସ୍ତବଙ୍କୁ ଏଭଳି ଭଏସ ମେସେଜ୍ ପଠାଇଥିଲେ ବିଗ୍ ବି । ରାଜୁ ଦୀର୍ଘ ଦିନ ଧରି କୋମାରେ ଥିବା ବେଳେ ରାଜୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଭଏସ୍ ମେସେଜ୍ ପଠାଇ ଚାଲିଥିଲେ ଅମିତାଭ ବଚ୍ଚନ । ତିନି ଦିନରେ ପଠାଇଥିଲେ ୧୦ଟି ଭଏସ୍ ମେସେଜ୍ । ଆଉ ଏହି ଭିଡିଓ ମେସେଜ୍ ଏବେ ରାଜୁଙ୍କ ପାଇଁ ପାଇଁ ବରଦାନ ପାଲଟିଛି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରାଜୁ ଶ୍ରୀବାସ୍ତବ ।

ଯାହାଙ୍କ ମିମିକ୍ରି କରି ଲୋକପ୍ରିୟ ହୋଇଥିଲେ, ତାଙ୍କରି ସ୍ୱର ଶୁଣି ଫେରିଲା ରାଜୁଙ୍କ ଚେତା । ରାଜୁଙ୍କ ପାଇଁ ଅଡିଓ ଥେରାପି କରିବାକୁ କହିଥିଲେ ଡାକ୍ତର । ଏଥିପାଇଁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ, ଗୀତ, ଡାଏଲଗ ପରିବାର ଲୋକଙ୍କ କଥା ମଧ୍ୟ ତାଙ୍କୁ ଶୁଣାଯାଉଥିଲା । ହେଲେ କିଛି ପରିବର୍ତନ ଘଟୁ ନଥିଲା । ହେଲେ ଅମିତାଭଙ୍କ ସ୍ୱର ଶୁଣିବା ପରେ ରାଜୁଙ୍କ ଅବସ୍ଥାରେ ପରିବର୍ତନ ଦେଖାଦେଇଥିଲା, ଆଉ ୧୫ ଦିନ ପରେ ସେ ହୋସକୁ ଫେରିଲେ ।

ରାଜୁ ଶ୍ରୀବାସ୍ତବଙ୍କୁ ଗତ ୧୦ ତାରିଖରେ ହାର୍ଟ ଆଟାକ୍ ଆସିଥିଲା । ଜିମ୍ରେ ବ୍ୟାୟାମ କରିବାବେଳେ ହଠାତ୍ ସେ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ସେବେଠାରୁ ଡାକ୍ତରଙ୍କ ଟିମ୍ ରାଜୁଙ୍କ ଚିକିତ୍ସାରେ ଲାଗିଛନ୍ତି ।