ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା : ନାସିକ ପ୍ରେସରୁ ଆସିଲା ୫୦ ଲକ୍ଷ ନୂଆ ୫ ଶହ ଟଙ୍କିଆ ନୋଟ

25

କନକ ବ୍ୟୁରୋ : ଲୋକଙ୍କ ପାଇଁ ଖୁସୀ ଖବର  । ପୁରୁଣା ୫୦୦ ଟଙ୍କିଆ ନୋଟ୍ ଅଚଳ ହେବା ପରେ ଆଜି ଆସିଛି ନୂଆ ୫୦୦ ଟଙ୍କିଆ ନୋଟ୍ । ମହାରାଷ୍ଟ୍ରର ନାସିକ କରେନ୍ସି ନୋଟ୍ ପ୍ରେସରୁ ଆଜି ଏହି ନୋଟ୍ ପ୍ରିଂଟ ହୋଇ ରିଜର୍ଭ ବ୍ୟାଙ୍କକୁ ପଠାଇ ଦିଆଯାଇଛି ।

୫୦ ଲକ୍ଷ ନୂଆ ୫୦୦ ଟଙ୍କିଆ ନୋଟ୍ ଖଣ୍ଡ ପଠାଯାଇଥିବା ସୂଚନା ମିଳିଛି । ଆସନ୍ତା ବୁଧବାର ସୁଧା ଦେଶର ବିଭିନ୍ନ ବ୍ୟାଙ୍କରେ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛି ରିଜର୍ଭ ବ୍ୟାଙ୍କ୍ । ଏହି ନୋଟ୍ ଆସିଲେ ଅନେକ ମାତ୍ରାରେ ଖୁଚୁରା ସଂକଟ ଦୂର ହେବ ବୋଲି ଆଶା କରାଯାଉଛି ।