ଜମ୍ମୁ କଶ୍ମୀରରେ ସେନା ଆକ୍ରମଣରେ ୫ ଆତଙ୍କୀ ନିହତ । ମୃତ ଆତଙ୍କୀ ଲସ୍କର- ଏ- ତୋଏବାର ସୂଚନା

176

କନକ ବ୍ୟୁରୋ: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ । ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ଆତଙ୍କୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି । ଆତଙ୍କବାଦୀ ବିରୋଧରେ ସେନା ଜୋରଦାର ଅପରେସନ ଚଳାଇଛି । ଆଜି ଦ୍ୱିତୀୟ ଦିନରେ ୫ ଆତଙ୍କୀ ନିପାତ ହୋଇଛନ୍ତି । ଆତଙ୍କବାଦୀ ଯେତେବେଳେ ସେନା ଉପରେ ଆକ୍ରମଣ କରିଥିଲେ । ଏହାପରେ ସ୍ଥିତି ବଦଳିଥିଲା । ଆଉ ସେନା ଜୋରଦାର ପାଲଟା ଆକ୍ରମଣ କରିଥିଲା । ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାରିପଟେ ଘେରାବନ୍ଦୀ କରିଛି ସେନା । ଗୁଳି ବିନିମୟ ବେଳେ ଗୋଟିଏ ଘରେ ଆତଙ୍କି ଲୁଚି ରହିଥିଲେ । ଏହାପରେ ସେନା କଡା ଜବାବ ଦେବାକୁ ଯାଇ ସଂପୃକ୍ତ ଘରକୁ ରକେଟ ଲଞ୍ଚର ମାଡ କରିଥିଲା । ଫଳରେ ସଂପୃକ୍ତ କୋଠାଟି ଜଳିଯିବା ସହ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ଏହି ଜଏଣ୍ଟ ଅପରେସନରେ ୩୪ ରାଷ୍ଟ୍ରୀୟ ରାଇଫଲ, ସ୍ପେଶାଲ ଫୋର୍ସ, ପୁଲିସ ଏବଂ ସିଆରପିଏଫ ଟିମ୍ ସାମିଲ ହୋଇଛି ।