ସରକାରୀ ଅଧିକାରୀଙ୍କୁ କେଭି ସିଂ ଦେଓଙ୍କ ତାଗିଦ୍ । ଭତ୍ତା, ରାସନ କାର୍ଡରେ ଅନିୟମିତତା ହେଉଥିବା ଅଭିଯୋଗ ।

223

କନକ ବ୍ୟୁରୋ: ସରକାରୀ ଅଧିକାରୀଙ୍କୁ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓଙ୍କ ତାଗିଦ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଘେରାଉ ବେଳେ ଅଧିକାରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହ ଚେତାବନୀ ଦେଇଛନ୍ତି କେଭି ସିଂଦେଓ । ଦୁର୍ନୀତି ଓ ଭଷ୍ଟାଚାର ଚାଲିଥିବା ଅଭିଯୋଗ ଆଣି ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି । ଭତ୍ତା ବଣ୍ଟନ, ଆବାସ ଯୋଜନା, ରାସନ କାର୍ଡରେ ଅନିୟମିତତା ହେଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ତେବେ ଘେରାଉ ସମୟରେ ସ୍ଥାନୀୟ ଲୋକମାନେ ଦେଇଥିବା ଆବେଦନ ପତ୍ର ଦେଖାଇଛନ୍ତି କେଭି ସିଂଦେଓ । ଆଉ ଅଭିଯୋଗ ପରେ ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ ।