ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଗୃହୀତ ହେଲା ୫ଟି ପ୍ରସ୍ତାବ

45

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବ ଗୃହୀତ ହୋଇଛି । ୨୪ ବର୍ଷ ପରେ ଅଗ୍ନିନିରାପତା ନିୟମାବଳୀ ପ୍ରଣୟନ ହେବା ସହ କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛି । ପୂର୍ବରୁ ୧୯୯୩ରେ ଓଡ଼ିଶା ଅଗ୍ନିଶମ ସେବା ଆଇନ ତିଆରି ହୋଇଥିଲେ ସୁଦ୍ଧା ନିୟମାବଳୀ ପ୍ରଣୟନ ହୋଇନଥିଲା । ସରକାରୀ ନିର୍ଦ୍ଦେଶ ବଳରେ ବିଭିନ୍ନ ଅଟ୍ଟାଳିକାରେ ଅଗ୍ନିନିରାପତା ନିୟମ କାର୍ଯ୍ୟକାରୀ ହେଉଥିଲା ।

ଏବେ ଏହି ନିୟମାବଳୀ ଅଗ୍ନିନିରାପତାକୁ ଅଧିକ ଦୃଢ଼ କରିବ ବୋଲି କ୍ୟାବିନେଟ୍ ପରେ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସେହିଭଳି ରାଜ୍ୟର ହସ୍ତତନ୍ତ ବୁଣାକାର ଓ ହସ୍ତଶିଳ୍ପୀ କାରିଗରମାନଙ୍କ ବିକାଶ ପାଇଁ ଏକ ପରିଷଦ ଗଠନ କରାଯାଇଛି । ପରିଷଦର ମୁଖ୍ୟାଳୟ ଭୁବନେଶ୍ୱରେ ରହିବ ଓ ଏଥିପାଇଁ ସରକାର ଚଳିତ ବର୍ଷ ୨୦ କୋଟି ଟଙ୍କା ଯୋଗାଇ ଦେବେ । ଏଥିସହ ଓଡ଼ିିଶା ପ୍ରଶାସନିକ ସେବା, ଓଡ଼ିଶା ଅର୍ଥ ସେବା ଓ ଓଡ଼ିଶା ମୋଟରଯାନ ପରିବହନ ସେବାର କ୍ୟାଡର ପୁନର୍ଗଠନ କରାଯାଇଛି ।