ମାର୍ଚ୍ଚରେ ଦେଶରେ ଆସିପାରେ କରୋନାର ଚତୁର୍ଥ ଲହର : ରାଜ୍ୟବାସୀ ସତର୍କ ରହିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପରାମର୍ଶ

72

କନକ ବ୍ୟୁରୋ : ଦେଶରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ କୋଭିଡର ଚତୁର୍ଥ ଲହର । ଏଥିପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ ସଚିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି । ତେବେ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ଲୋକଙ୍କ ସମାଗମ ଅଧିକ ହେବ । ଦେଶ ତଥା ଦେଶ ବାହାରର ଲୋକ ଓଡ଼ିଶାକୁ ଆସିବେ ।

ଏହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଉଛି । ବାହାରୁ ଆସୁଥିବା ଲୋକ କୋଭିଡ୍ ନିୟମାବଳୀ ପାଳନ କରିବା ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ ସାମାଜିକ ଦୂରତା ପାଳନ କରିବାକୁ ଗୁୁରୁତ୍ୱ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ୭୨ଘଣ୍ଟା ଭିତରେ ଆରଟିପିସିଆର ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ୬ଟି ଦେଶରୁ ଆସୁଥିବା ବ୍ୟକ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ୍ ହେବେ ସେମାନଙ୍କୁ ସଂଗରୋଧରେ ରଖାଯିବ ।