Daily Archives

May 20, 2024

ରାଉରକେଲା ଗୋପବନ୍ଧୁପାଲୀ ଅଂଚଳରେ ବୁଥକୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ପଶିଯିବା ପରେ ଉତେଜନା: ମୁଖ୍ୟ ନିର୍ବାଚନ…

କନକ ବ୍ୟୁରୋ: ରାଉରକେଲା ଗୋପବନ୍ଧୁପାଲୀ ଅଂଚଳରେ ବୁଥକୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ପଶିଯିବା ପରେ ଉତେଜନା ଦେଖାଦେଇଛି । ପରେ ବୁଥ ଭିତରୁ ପୋଲିସ ତାଙ୍କୁ ସୁରକ୍ଷା ଦେଇ ବାହାରକୁ ଆଣିଛି । ଏହି ଘଟଣାକ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରାର୍ଥୀ ହିସାବରେ…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ପୋଲିସ ମୋ ସମର୍ଥକଙ୍କୁ ଜାଣିଶୁଣି ଗିରଫ କରୁଛି

କନକ ବ୍ୟୁରୋ: ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆଜି ସକାଳେ ଯେଉଁ ଘଟଣା ଘଟିଥିଲା ତାହା ଅତି ନିନ୍ଦନୀୟ । ଅଶାନ୍ତି ସାଙ୍କୁ ଗତ ରାତିରେ ଉଠାଇ ନିଆଯାଇଛି । ମୋ ସମର୍ଥକଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁଛି । ଗିରଫ ବ୍ୟକ୍ତି ମୋ…

ଅନୁଗୁଳର ପୁଅ ଉପରେ ଅଟକିଗଲା ମୋଦିଙ୍କ ଆଖି । ଟ୍ୱିଟ୍ କରି କ’ଣ କହିଲେ ମୋଦି ପଢ଼ନ୍ତୁ…

କନକ ବ୍ୟୁରୋ: ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯେବେ ଯେବେ ଆସନ୍ତି କିଛି ନା କିଛି ସ୍ମରଣୀୟ ମୁହୂର୍ତ୍ତକୁ ସୋସିଆଲ ମିଡ଼ିଆରେ ପରିପ୍ରକାଶ କରନ୍ତି । ଠିକ୍ ସେହିଭଳି, ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶାର ଅନୁଗୁଳରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ବିଜେପିର ଏହି ବିଶାଳ ଜନସଭା ଭିତରେ…

ବାଇକକୁ ପିଟିଲା ହାଇୱା: ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ

କନକ ବ୍ୟୁରୋ: ବାଇକକୁ ସାମନା ପଟୁ ପିଟିଲା ହାଇୱା, ୪ମୃତ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଫିଙ୍ଗୁଆ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ଖଙ୍କିରା ଗାଁର ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ଆଜି…

ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଲେ ଦିଲ୍ଲୀପଙ୍କ ପତ୍ନୀ: ଖଲ୍ଲିକୋଟ ହିଂସାରେ ପ୍ରାଣ ହରାଇଥିଲେ ସ୍ୱାମୀ ଦିଲ୍ଲୀପ

କନକ ବ୍ୟୁରୋ: ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସା ଘଟଣାରେ ମୃତ ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପତ୍ନୀ । ମେ ୧୪ ତାରିଖ ଦିନ ପୋଷ୍ଟର ମରା ଘଟଣାକୁ ନେଇ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀପଙ୍କ…

ସାମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମେ ୨୨…