ଖେଳ ହେଲା କାଳ ! ଜଲିକଟ୍ଟୁ ଉତ୍ସବରେ ଷଣ୍ଢ ଲଢେଇର ପ୍ରଥମ ଦିନରେ ୨ ମୃତ, ୧୨୫ ଆହତ

21

କନକ ବ୍ୟୁରୋ: ତିନିବର୍ଷର ବ୍ୟାନ ପରେ ଗତକାଲି ତାମିଲନାଡୁରେ ପାଳିତ ହୋଇଛି ପାରମ୍ପରିକ ଜଲିକଟ୍ଟୁ ଉତ୍ସବ । ତେବେ, ଏହି ଉତ୍ସବରେ ଭାଗ ନେଇଥିବା ଦୁଇ ଜଣ ଯୁବ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୨୫ରୁ ଅଧିକ ଆହତ ହୋଇଛନ୍ତି ।

ପୁଡୁକୋଟାଇରେ ଆୟୋଜିତ ଏହି ମାରାତ୍ମକ ଖେଳରେ ଦୁଇ ପ୍ରତିଯୋଗୀ ଗୁରୁତର ଭାବେ ଆହତ ହୋଇଥିଲେ । ମେଡିକାଲକୁ ନେବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।