ଆଜିଠୁ ଯୁକ୍ତ ୨ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ : ଜୁନ ୭ ତାରିଖ ରାତି ୧୨ ସୁଦ୍ଧା ଅନଲାଇନରେ ହେବ ଆବେଦନ

32

କନକ ବ୍ୟୁରୋ : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି ।  ସମସ୍ତ ସରକାରୀ, ବେସରକାରୀ ଓ ସେଲଫ ଫାଇନାନ୍ସିଂରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ ୭ ତାରିଖ ରାତି ୧୨ଟା ସୁଦ୍ଧା ଅନଲାଇନରେ ଆବେଦନ କରିହେବ ।

୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ କମନ ଆପ୍ଲିକେସନ ଫର୍ମ ସମେତ ସମସ୍ତ ଡକୁମେଂଟଗୁଡିକୁ ଏସଆରସିଏସରେ ଦାଖଲ କରିବେ । ଜୁନ ୧୩ରେ ପ୍ରଥମ ଫେଜ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ଫେଜ ନାମଲେଖା ଜୁନ ୧୬ରୁ ୧୯ ତାରିଖ ଯାଏଁ ହେବ । ଜୁନ ୨୨ରେ ଦ୍ୱିତୀୟ ଫେଜ ମେରିଷ୍ଟ ଲିଷ୍ଟ ବାହାରିବ । ଏଥିଲାଗି ୨୪ରୁ ୨୮ ତାରିଖ ଯାଏଁ ନାମଲେଖା ହେବ । ଜୁଲାଇ ୩ରେ ତୃତୀୟ ଫେଜ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୬ରୁ ଆରମ୍ଭ ହେବ ପାଠପଢା ।