ଓଡିଶାରେ ୧୩ ମୁଖୀ ଓ ୧୦ ମୁଖୀ ବେଲପତ୍ର ଗଛ । ବିରଳ ବେଲ ଗଛ ଦେଖିବାକୁ ଲୋକଙ୍କ ଭିଡ

510

କନକ ବ୍ୟୁରୋ : ସାଧାରଣତଃ ତ୍ରିମୁଖୀ ବେଲପତ୍ର ଥିବା ସମସ୍ତଙ୍କୁ ଜଣା । ହେଲେ ପଞ୍ଚମୁଖୀ ବେଲପତ୍ର ଶିବଙ୍କ ଅତିପ୍ରିୟ । କିନ୍ତୁ ୧୩ମୁଖୀ, ୧୦ ମୁଖୀ ବେଲପତ୍ର ଥିବା ନେଇ ଚର୍ଚ୍ଚା ହେଉଛି । ସମ୍ବଲପୁର ରହିଛି ୧୩ ମୁଖୀ ଓ ୧୦ ମୁଖୀ ବେଲପତ୍ର ଗଛ । ସମ୍ବଲପୁରର ସୁବାଷ ପାଣିଗ୍ରାହୀଙ୍କ ଘର ବାରିରେ ଏହି ବେଲ ଗଛ ଥିବା ଦେଖିବାକୁ ମିଳିଛି । ଏହି ଗଛକୁ ସେ ଆନ୍ଧ୍ରପ୍ରଦେଶରୁ ଆଣିଥିଲେ । ଏବେ ଏହି ଗଛର ୧୩ ଏବଂ ୧୦ ମୁଖୀ ବେଲପତ୍ରକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗୁଛି ।