ଗାନ୍ଧୀ ପରିବାର ପାଇଁ ବଢିଲା ଅଡୁଆ, ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢାଉ

173

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାର ପାଇଁ ଅଡୁଆ ବଢିବାରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ପରେ ଆଜି ଦିଲ୍ଲୀସ୍ଥିତି ନ୍ୟାସନାଲ ହେରାଲ୍ଡର କିଛି କାର୍ଯ୍ୟାଳୟରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସେପଟେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ଚଢାଉ କରିବାକୁ ଯିବା ବେଳେ କାର୍ଯ୍ୟାଳୟ ପରିସରରେ ସିକ୍ୟୁରିଟୀ ଗାର୍ଡ ବ୍ୟତୀତ ଅନ୍ୟ କେହି ନଥିବା କଥା କୁହାଯାଉଛି । ଏହି ଚଢାଉକୁ ନେଇ କଂଗ୍ରେସ ସାଂସଦ ଉତ୍ତର ରେଡ୍ଡୀ କହିଛନ୍ତି କି ସରକାର ରାଜନୈତିକ ପ୍ରତିଶୋଧ ନେବାକୁ ଇଡିକୁ ବ୍ୟବହାର କରୁଛନ୍ତି ।

 

କହିରଖୁ କି ଏହି ମାମଲାରେ ପୂର୍ବ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିବାକୁ ଯାଇ ଇଡି ୧୦୦ ରୁ ଅଧିକ ପ୍ରଶ୍ନ ପଚାରିଥିଲା । ଏହାସହ ତା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ବି ୧୫୦ ରୁ ଅଧିକ ପ୍ରଶ୍ନ ପଚାରିଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁକୁ ନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଅଭିଯୋଗ କରିଥିଲା କି ବିରୋଧୀଦଳ ନେତାଙ୍କୁ ହଇରାଣ କରିବାକୁ ବିଜେପି ଇଡିକୁ ବ୍ୟବହାର କରୁଛି ।