ତାଇକୋଣ୍ଡୋରେ ସ୍ୱର୍ଣ୍ଣ ପଦକ ପାଇଲେ କଟକର ଜ୍ୟୋତିସାଇ କର

119

କନକ ବ୍ୟୁରୋ : ତାଇକୋଣ୍ଡୋରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି କଟକର ଜ୍ୟୋତିସାଇ କର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଇକୋଣ୍ଡୋ ପାଇଁ ବେଶ ସଫଳତା ପାଇଛନ୍ତି ଜ୍ୟୋତିସାଇ । ପାଠପଢ଼ା ସହ ତାଇକୋଣ୍ଡୋ ପାଇଁ ପ୍ରତି ଦିନ ୨ରୁ ୩ ଘଣ୍ଟା ସମୟ ଅଭ୍ୟାସ କରନ୍ତି । କଟକ ସିଡିଏ ସେକ୍ଟର ୬ରେ ରହୁଥିବା ବସନ୍ତ କୁମାର କରଙ୍କ ଝିଅ ହେଉଛନ୍ତି ଜ୍ୟୋତିସାଇ । ସିଡିଏ ଡିଏଭି ସ୍କୁଲର ଏଦାଦଶ ଶ୍ରେଣୀର ବିଜ୍ଞାନର ଛାତ୍ରୀ ।

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖିଛନ୍ତି । ଜ୍ୟୋତିସାଇଙ୍କ ରୁଚି ରହିଛି ତାଇକୋଣ୍ଡୋରେ । ୭ ବର୍ଷ ହେବ ଟ୍ରେନର ସୁଦିପ୍ତା ନନ୍ଦଙ୍କ ଠାରୁ ସେ ତାଇକୋଣ୍ଡୋ ଶିଖୁଛନ୍ତି । ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ୨୦୨୦ରେ ଆମେରିକାରେ ଅନୁଷ୍ଠିତ ଡ୍ୟାଡୋ ଓପନ ଚାମ୍ପିଅନ୍ସିପରେ ଭାଗ ନେଇ ପ୍ରତିଯୋଗୀଙ୍କୁ ମାତ୍ ଦେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।