ଆସନ୍ତା ୧୮ରେ ଆସିବେ ଆଉ ୧୨ ଚିତା : ମଧ୍ୟପ୍ରଦେଶ କୁନୋ ପାର୍କରେ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

103

କନକ ବୁରୋ : ଆସନ୍ତା ୧୮ ତାରିଖରେ ଭାରତ ଆସିବେ ଆଉ ୧୨ ଚିତା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦକ୍ଷିଣ ଆଫ୍ରିକାରୁ ୮ ହଜାର ୨୫୦ କିଲୋମିଟର ଅତିକ୍ରମ କରି ଚିତାଗୁଡ଼ିକୁ ଭାରତ ଅଣାଯିବ । ଏସବୁ ଚିତାକୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ । ଏହା ଦ୍ୱାରା ଦେଶରେ ମୋଟ୍ ଚିତା ସଂଖ୍ୟା ୨୦ରେ ପହଞ୍ଚିବ । ପୂର୍ବରୁ ୮ ଚିତା ନାମିବ୍ୟାରୁ ଭାରତ ଆସିଥିଲେ ।

ଦକ୍ଷିଣ ଆଫ୍ରିକାରୁ ଆସୁଥିବାରୁ ଚିତା ଶୁକ୍ରବାର ସଂଧ୍ୟାରେ ନୂଆ ଠିକଣା ଅଭିମୁଖେ ଯାତ୍ରା କରିବେ । ଶନିବାର ସକାଳେ ମଧ୍ୟପ୍ରଦେଶ ଗ୍ୱାଲିୟରସ୍ଥିତ ବାୟୁସେନା ଘାଟିରେ ପହଞ୍ଚିବେ । ଏହାର ୩୦ ମିନିଟ୍ ପରେ ହେଲିକପ୍ଟର ଯୋଗେ ପ୍ରାୟ ୧୬୫ କିଲୋମିଟର ଦୂର କୁନୋ ପାର୍କକୁ ନିଆଯିବ । ପୂର୍ବାହ୍ନ ୧୨ଟାରେ ପାର୍କରେ ପହଞ୍ଚିବା ପରେ ଅଧଘଣ୍ଟା ପରେ ସେମାନଙ୍କୁ ସଙ୍ଗରୋଧ କରାଯିବ । ପାର୍କରେ ୧୨ଟି ଚିତା ପାଇଁ ୧୦ଟି ବାଡ଼ ସ୍ଥାପନ କରାଯାଇଛି ।