ଉପକୃତ ହେବେ ଛାତ୍ରଛାତ୍ରୀ ! ରାଜ୍ୟର ୧୦ ଜିଲ୍ଲାରେ ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର

129

ବର୍ତ୍ତମାନ ଯୁଗକୁ ବିଜ୍ଞାନ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅତ୍ୟନ୍ତ ଜଟିଳ ପଦ୍ଧତିକୁ ଅତି ସରଳ ଉପାୟରେ ବୈଜ୍ଞାନିକମାନେ କରିଦେଇପାରୁଛନ୍ତି । ବିଜ୍ଞାନ ଯୁଗରେ ଅନେକ କିଛି ଅସମ୍ଭବ ସମ୍ଭବ ହୋଇପାରୁଛି । ଆଜିଠାରୁ ୧୦/୧୫ ବର୍ଷ ପଛକୁ ଫେରିଗଲେ ଆପଣ ବୋଧହୁଏ ଭଲରେ ଜାଣିପାରିବେ ବିଜ୍ଞାନ କେତେ ଅଗ୍ରଗତି କରିଛି । ୧୦/୧୫ ବର୍ଷ ପୂର୍ବରୁ ପ୍ରିୟଜନଙ୍କ ସହ ସମ୍ପର୍କ ସ୍ଥାପନ କରିବାର ମାଧ୍ୟମ ଥିଲା ଚିଠି ।

ଆଜିପରି ମୋବାଇଲର ବହୁଳ ବ୍ୟବହାର ନଥିଲା । କିନ୍ତୁ ଏବେର ପରିସ୍ଥିତି ଦେଖିଲେ ଆପଣ ଜାଣିପାରୁଥିବେ ବିଜ୍ଞାନ କେତେ ଅଗ୍ରଗତି ହୋଇଛି । ଗୋଟିଏ ମାତ୍ର କ୍ଲିକରେ ଆମେ ଅନେକ କଥା ଜାଣିପାରୁଛୁ । ଦେଶବିଦେଶର ଖବର ଜାଣିବା ପାଇଁ ଟିଭି ମଧ୍ୟ ଦେଖିବା ପାଇଁ ପଡ଼ୁନାହିଁ । ଗୋଟିଏ ସେକେଣ୍ଡରେ ହିଁ ଆମ ପାଖରେ ଖବର ଆସି ପହଞ୍ଚି ଯାଉଛି । ତେବେ ବିଜ୍ଞାନର ଅଗ୍ରଗତିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବ ।

ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ବା ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯିବ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, କେନ୍ଦୁଝର, କୋରାପୁଟ ଜିଲ୍ଲାରେ ଏହା ନିର୍ମାଣ ହେବ । ଏହାପରେ ବାକି କେଉଁ ୭ଟି ଜିଲ୍ଲାରେ ହେବ ତାହା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ଏହି ବିଜ୍ଞାନ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ମାଣକାରୀ ସଂସ୍ଥା ନିର୍ମାଣ କରିବେ । ଏହି ବିଜ୍ଞାନ କେନ୍ଦ୍ର ଏନପିସିସି, ବ୍ରିଜ୍ ଆଣ୍ଡ ରୁଫ୍ କୋ (ଇଣ୍ଡିଆ) ଲିମିଟେଡ୍, ଏନବିସିସି, ସିପିଡବ୍ଲ୍ୟୁଡି, ଇଡ଼କୋ ଭଳି ୫ଟି ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥା ନିର୍ମାଣ କରିପାରିବେ ବୋଲି ନିୟମ କରାଯାଇଛି ।