ପିକଅପ୍ ଭ୍ୟାନରୁ ୧୦ ଲକ୍ଷ ଟଙ୍କା ଜବତ । କେଉଁ ଉଦ୍ଦେଶ୍ୟରେ ଯାଉଥିଲା ଟଙ୍କା, ତଦନ୍ତ କରୁଛି ପୋଲିସ ।

154

କନକ ବ୍ୟୁରୋ: ନିର୍ବାଚନ ସମୟରେ ଜବତ ହେଲା ୧୦ ଲକ୍ଷ ଟଙ୍କା । ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ୧୦ ଲକ୍ଷ ଟଙ୍କା ଜବତ ହେଇଛି । ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କା ନେଇ ଏକ ପିକ୍ ଅପ ଭ୍ୟାନ ଚାଳକ ବରଗଡ଼ ସହର ଭିତରକୁ ପ୍ରବେଶ କରୁଥିବା ବେଳେ ହଲଦୀପାଲି ଛକଠାରେ ନାକା ଚେକିଙ୍ଗ୍ ବେଳେ ଧରା ପଡିଛି ଚାଳକ । ତେବେ ଚାଳକ ଜଣକ ହେଲେ ସମ୍ବଲପୁର ଜିଲାର ଚୁଡାମଣି ଦୋରା ବୋଲି ପୋଲିସ ସୂଚନା ଦେଇଛି । ତେବେ ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ସେନେଇ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।