ଜେଲ୍ ନା ବେଲ୍: କଣ ହେବ ପପୁ ପମପମଙ୍କ ଭାଗ୍ୟ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜେଲ୍ ନା ବେଲ୍ । କଣ ହେବ ପପୁ ପମପମଙ୍କ ଭାଗ୍ୟ । ଆଜି ପପୁଙ୍କ ଜାମିନ ଅବେଦନର ଶୁଣାଣି ହେବ । ସମସ୍ତଙ୍କ ନଜର ରହିଛି କୋର୍ଟଙ୍କ ରାୟ ଉପରେ । ପପୁଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ କାଷ୍ଟିଂକାଉଚର ଅଭିଯୋଗ ରହିଛି, ଲାଗିଛି ସଂଗୀନ ଦଫା । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଜାମିନ୍ ନେଇ ଶୁଣାଣି କରିବେ । ଗତମାସ ୩୦ ତାରିଖରେ ନାବାଳିକାକୁ କାଷ୍ଟିଂକାଉଚ୍ ଅଭିଯୋଗରେ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ।

ପପୁôଙ୍କ ବିରୋଧରେ ଲାଗିଛି ଭାରତୀୟ ପିଙ୍ଗଳ କୋଡର ଦଫା ୩୫୪(ଏ) । ଅର୍ଥାତ୍ ମହିଳାଙ୍କୁ ଅସଦାଚରଣ ବା ଅଶ୍ଲୀଳ ବ୍ୟବହାର କରିବା । ଦଫା ୫୦୬, ଅର୍ଥାତ୍ ହତ୍ୟା ଧମକ ଦେବା ବା ଜୀବନରୁ ମାରିଦେବା ଉଦେଶ୍ୟରେ କାର୍ଯ୍ୟ କରିବା । ଦଫା ୫୦୯ ଅର୍ଥାତ୍ ଖରାପ ଭାଷାରେ ଗାଳି ଗୁଲଜ କରିବା । ଦଫା ୩୪ ଅର୍ଥାତ୍ ଏକାଧିକ ଲୋକ ମନ୍ଦ ଉଦେଶ୍ୟ ନେଇ କୌଣସି କାମ କରିବା ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ୍ ୨୦୧୨ର ଦଫା ୮ ଓ ୧୨ ଲାଗିଛି । ଚିଟଫଣ୍ଡ ଲିଙ୍କ ପରେ ପପୁଙ୍କ ବିରୋଧରେ ଆସିଥିଲା କାଷ୍ଟିଂ କାଉଚର ଅଭିଯୋଗ । ସାମ୍ନାକୁ ଆସି ଚାଂଚଲ୍ୟକର ବୟାନ ରଖିଥିଲେ ନାବାଳିକା । କହିଥିଲେ, ଫିଲ୍ମରେ ଅଭିନୟ ଦେବାର ଲୋଭ ଦେଖାଇ ଗାଡିରେ ତାଙ୍କସହ ଅସଦାଚରଣ କରିଥିଲେ ପପୁ ପମପମ ।