କେଶକୁ ରଙ୍ଗ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଏହି ୫ ଟି କଥା ଉପରେ !

41

ଏବେ କେଶକୁ ରଙ୍ଗ କରିବା ଏକ ଟ୍ରେଣ୍ଡ ହୋଇଗଲାଣି । କେବଳ ଯେ ଯୁବପିଢୀ ତା’ ନୁହଁ ସମସ୍ତେ ଷ୍ଟାଇଲ ପାଇଁ କେଶକୁ ବିଭିନ୍ନ ରଙ୍ଗ କରୁଛନ୍ତି । ଆପଣ ବି କେଶକୁ ରଙ୍ଗ କରିବା ପାଇଁ ଭାବୁଛନ୍ତି କି ? ତେବେ କେଶ ରଙ୍ଗ କରିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ରଖନ୍ତୁ ।

କେଶ ରଙ୍ଗ କରିବା ଉପରୁ ଏହି କଥା ଉପେର ଧ୍ୟାନ ରଖନ୍ତୁ-

୧.ଯଦି ଆପଣ ଭାବୁଛନ୍ତି ଥରେ କେଶ ରଙ୍ଗ କରିବା ପରେ ଏହି ରଙ୍ଗ ବହୁତ ଦିନ ପର୍ଯ୍ୟନ୍ତ ରହିବ ତେବେ ଏପରି ଭାବନା ଆପଣଙ୍କ ଭୁଲ । ରଙ୍ଗ କରିବା କିଛି ଦିନ ପର୍ଯ୍ୟନ୍ତ ହିଁ ଆପଣଙ୍କ କେଶ ଶାଇନ କରେ । କିନ୍ତୁ ଆସ୍ତେ ଆସ୍ତେ ରଙ୍ଗ ଫିକା ପଡିବାରେ ଲାଗେ । ଏଥିପାଇଁ ଆଗରୁ ପ୍ରସ୍ତତୁ ଥାଆନ୍ତୁ ।

୨.ରଙ୍ଗ କରିବା ପରେ ଯଥାସମ୍ଭବ ଚେଷ୍ଟା କରନ୍ତୁ ଥଣ୍ଡା ପାଣି ବ୍ୟବହାର କରିବା ପାଇଁ । ଏପରି କରିବା ଦ୍ୱାରା ରଙ୍ଗ ଯଲଦି ଫିକା ପଡେନାହିଁ ।

୩.ରଙ୍ଗ କରିବା ପରେ କେଶ ଧୋଇଲେ ହାଲୁକା ରଙ୍ଗର ଥଉଲିଆ ଓ ପୋଷାକ ବ୍ୟବହାର କରନ୍ତୁ । ନହେଲେ ଆପଣଙ୍କ ପୋଷାକରେ କେଶର ରଙ୍ଗ ଲାଗିପାରେ ।

୪.କେଶ ରଙ୍ଗ କରିବା ପରେ ପରେ କେଶ ଧୁଅନ୍ତୁ ନାହିଁ । ଏମିତିରେ କେଶର ରଙ୍ଗ ବହୁତ ଶୀଘ୍ର ଫିକା ପଡିଯିବ ।

୫.କେଶ ରଙ୍ଗ କରିବା ପରେ ହୋଇପାରେ ଆପଣ ରୂପି ଓ ଦୋମୁହାଁ କେଶର ସମସ୍ୟା ଭୋଗି ପାରନ୍ତି । ଏଥିପାଇଁ ପ୍ରସ୍ତତୁ ରୁହନ୍ତୁ ।