ମା’ର ମମତା ଆଗରେ ହାର ମାନିଲା ନିୟମ ! ଅଷ୍ଟ୍ରେଲିଆ ସଂସଦରେ ୨ମାସର ଶିଶୁକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାରେ ସାଂସଦ

57

ମା’ ପାଇଁ ଶିଶୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ମା’ର କ୍ଷୀର ପାଇଁ ସବୁବେଳେ ଡହଳବିକଳ ହୋଇଥାଏ ଶିଶୁ । ଏଥିପାଇଁ ସେ ସମୟକୁ ଅପେକ୍ଷା କରେନି । ମାର ପ୍ରେମ ଓ ମମତାକୁ ସବୁବେଳେ ଅପେକ୍ଷା କରି ରହିଥାଏ । ଆଉ ମା’ ପ୍ରେମ ଆଗରେ ମୁଣ୍ଡ ନୁଆଁଇଛି ଅଷ୍ଟ୍ରେଲିଆ ପାର୍ଲାମେଂଟର ନିୟମ । ପାର୍ଲାମେଂଟ ପରିସରରେ ଶିଶୁକୁ ସ୍ତନ୍ୟପାନ କରିବାର ନିଆରା ଅନୁଭୂତି ବାଂଟିଛନ୍ତି ସାଂସଦ ଲାରିସା ୱାଟର ।

ସୋସିଆଲ ମିଡିଆରେ ଏବେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ପାର୍ଲାମେଂଟରେ ନିଜର ୨ ମାସ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇ ଅଷ୍ଟ୍ରେଲିଆ ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଲାରିସା । ପୂର୍ବରୁ ଅଷ୍ଟ୍ରେଲିଆ ପାର୍ଲାମେଂଟରେ ଏଭଳି ନିୟମ ନଥିଲା । କିନ୍ତୁ ଲାରିସା ୱାଟର ବହୁ ପରିଶ୍ରମ କରି ଏହି ନିୟମକୁ ବଦଳାଇଛନ୍ତି । ଏହାଫଳରେ ଅଷ୍ଟ୍ରେଲିଆରେ ନୂଆ ଇତିହାସ ସୃଷ୍ଟି ହୋଇଛି ।