୨ହଜାର ଟଙ୍କିଆ ନୋଟର ପ୍ରଥମ ଠକେଇ : ଜେରକ୍ସ ନୋଟ୍ ଦେଇ ଲଗାଇଲେ ଚୂନା

55

୨୦୦୦ଟଙ୍କିଆ ନୋଟର କଲର୍ ଫଟୋ କପି ଦେଇ ଜଣେ ଦୋକାନୀଙ୍କୁ ଚୂନା ମାରିଛନ୍ତି କିଛି ଛାତ୍ର । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ସାଜାପୁରରେ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଚାରି ଜଣ ଛାତ୍ର ସ୍ଥାନୀୟ ଅଂଚଳର ଗୋପାଳକ୍ରିଷ୍ଣା ଯାଦବ ନାମକ ଜଣେ ଦୋକାନୀଙ୍କ ଠାରୁ ୨୦୦ଟଙ୍କାର କ୍ଷୀର ଆଣି ତାଙ୍କୁ ଏକ ୨୦୦୦ଟଙ୍କିଆ ନୋଟ୍ ଦେଇଥିଲେ । ତେବେ ନୋଟଟି ନକଲି ବୋଲି ଦୋକାନୀ ଜଣକ ଜାଣି ନପାରି ସେମାନଙ୍କୁ ୧୮୦୦ଟଙ୍କା ଫେରାଇ ଥିଲେ ।

ହେଲେ କିଛି ସମୟ ପରେ ସନ୍ଦେହ ହେବାରୁ ସେ ବ୍ୟାଙ୍କରେ ଉକ୍ତ ଟଙ୍କାକୁ ଦେଖାଇ ଜାଣିବାକୁ ପାଇଥିଲେ ଯେ ଏହା ଅସଲ ୨୦୦୦ଟଙ୍କିଆ ନୋଟ୍ ନୁହେଁ ବରଂ ତାର କଲର୍ ଜେରକ୍ସ । ଏନେଇ ସାଜାପୁର ପୁଲିସ୍ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ଗୋପାଳକ୍ରିଷ୍ଣା । ଅଭିଯୁକ୍ତ ମାନଙ୍କୁ ଧରିବା ଛାନ୍ ଭିନ୍ ମଧ୍ୟ ଚଲାଇଛି ପୁଲିସ୍ ।

ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାକରଣ ନୀତି ପରଠାରୁ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଛି । କେଉଁଠାରେ ଟଙ୍କା ପାଇଁ ଲାଇନ୍ ତ ପୁଣି କେଉଁଠି ଟଙ୍କାକୁ ନେଇ ଦଲାଲି । ବିମୁଦ୍ରାକରଣ ବିବାଦ ଠାରୁ ଯେମିତି ବେଶି ଚର୍ଚ୍ଚିତ ହୋଇ ପଡିଛି ଏପରି ଘଟଣା ମାନ । ହେଲେ ମଧ୍ୟପ୍ରଦେଶର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିବା ସହ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । କାରଣ ନୋଟର ରଙ୍ଗ ପାଇଁ ଏହାକୁ କଲର୍ ଜେରକ୍ସ କରିବା ସହଜ ହୋଇଯାଇଛି ।

ଏହା ସହ ମୋଦିଙ୍କ ନୋଟ୍ ସର୍ଜିକାଲ ଷ୍ଟ୍ରାଇକର ପ୍ରକୃତ ହିରୋ : କର୍ତ୍ତବ୍ୟ ପାଇଁ ତୁଚ୍ଛ କଲେ ପରିବାର