ସେଲଫି ସାଜୁଛି ବିପଦ : ଝୁଲା ଦୋଳିରେ ସେଲଫି ଯୋଗୁଁ ଯୁବତୀଙ୍କ ମୁଣ୍ଡରୁ ଉପୁଡିଗଲା ଚୁଟି

82

NINTCHDBPICT000273854278ସେଲଫି ମାୟାରେ ଏବେ ସମସ୍ତେ । ଆଉ ଏହି ସେଲଫି ପାଇଁ ଲୋକେ ସ୍ଥାନ କାଳ ପାତ୍ର ବି ମାନୁନାହାଁନ୍ତି । ବିପଦପୂର୍ଣ୍ଣ ସ୍ଥାନରେ ସେଲଫିର ମଜା ନେଇଛନ୍ତି ଯୁବପିଢି । ଆଜିକାଲି ଯେଉଁଠି ଦେଖିବ ସେ’ଠି ଲୋକେ ସେଲଫି ନେବାରେ ବ୍ୟସ୍ତ । ପ୍ରତିଦିନ ସେଲଫି ଯୋଗୁଁ ବିପଦ ସୃଷ୍ଟି ହେଉଥିବାର ଖବର ଯେତେ ପ୍ରଚାରିତ ହେଲେ ବି ଲଗାମ ଲାଗୁନି ଏଥିରେ ।

ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ । ସେଲଫି ଯୋଗୁଁ ଜଣେ ଯୁବତୀଙ୍କ ସହ ଘଟିଛି ଏହି ଦୁର୍ଘଟଣା । ଏହାକୁ ଦେଖିଲେ ଆପଣ ବି ଥରି ଉଠିବେ । ଏହି ଯୁବତୀଙ୍କ ସହ ଏମିତି ହୋଇଛି ଏ ଦୃଶ୍ୟ ଦେଖି ଆପଣ ସ୍ଥିର ହୋଇ ରହିପାରିବେନି ।

4ଉତ୍ତର ପ୍ରଦେଶର ବାଗପତରେ ଏକ ମେଳାରେ ୧୬ ବର୍ଷର ଜଣେ ଯୁବତୀ ନିଜ ସାଙ୍ଗ ସହ ଝୁଲା ଦୋଳିରେ ବସି ସେଲଫି ନେଉଥିଲେ । ସେଲଫି ନେବାରେ ବ୍ୟସ୍ତ ଥିବା ବେଳେ ଏହି ଯୁବତୀଙ୍କ ଲମ୍ବା ଚୁଟି ଝୁଲାରେ ପଶି ଲାଖି ରହିଲା ଏବଂ କିଛି ସେକେଣ୍ଡ ମଧ୍ୟରେ ଯୁବତୀଙ୍କ ମୁଣ୍ଡର ମୁଖ୍ୟ ଅଂଶରୁ ଚୁଟି ଉପୁଡି ଗଲା । ସଂଗେ ସଂଗେ ଉପସ୍ଥିତ ଲୋକେ ଆସି ଯୁବତୀକୁ ଉଦ୍ଧାର କରିଥିଲେ । ଝୁଲାରେ ଏମିତି ଭାବେ ଚୁଟି ଲାଗି ରହିଥିଲା ଯେ , ମୁଣ୍ଡରୁ ଚୁଟି କାଟି ବାହାର କରିବାକୁ ପଡିଲା ଯୁବତୀଙ୍କୁ । ଏବେ ଯୁବତୀଙ୍କର ଡାକ୍ତରଖାନରେ ଚିକିତ୍ସା କରାଯାଉଛି ।

5ଏହି ସେଲଫି ଦୁର୍ଘଟଣାର ଭିଡିଓ କ୍ଲିପ୍ ଏବେ ସୋସିଆଲରେ ଖୁବ୍ ଘୁରି ବୁଲୁଛି । ତାସହ ସେଲଫି ପାଇଁ ସର୍ତକ ସୂଚନା ଦିଆଯାଇଛି । ଆଉ ସେଲଫି ନେବାର ଏହି ଦୁର୍ଘଟଣା ଏବେ ଚାରିଆଡେ ଚର୍ଚ୍ଚାରେ ।
ଦେଖନ୍ତୁ ଏହି ହୃଦୟବିଦାରକ ଦୃଶ୍ୟର ଭିଡିଓ କ୍ଲିପ୍ –

 

ଏହା ସହ ଦେଖନ୍ତୁ –ମହଙ୍ଗା ପଡିଲା ମଝି ଆକାଶରେ ସେଲଫି