ପ୍ଲେ ସ୍କୁଲରେ ୧୦ମାସର ଶିଶୁକନ୍ୟାକୁ ଅମାନୁଷିକ ମାଡ ଘଟଣା : ସିସିଟିଭି ଭିଡିଓ ଭାଇରାଲ

34

2ନଭି ମୁମ୍ବାଇରେ ଏକ ଡେ କେୟାର ପ୍ରାଇଭେଟ କ୍ରେଚର ଏକ ଅମାନୁଷିକ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ୧୦ ମାସର ଏକ ଶିଶୁକନ୍ୟାକୁ ଜଣେ ସେବିକାର ନିର୍ଦ୍ଦୟ ଭାବେ ମାଡ ମାରିବା ସିସିଟିଭି ଭିଡିଓ ଏବେ ଭାଇରାଲ ସାଜିଛି ।

3ସେକ୍ଟର୧୦ ଖାରଘରର ପୁରଭ ପ୍ଲେସ୍କୁଲ ଏଣ୍ଡ ନର୍ସରୀରେ ଜଣେ ଆୟାଙ୍କର ଅମାନୁଷିକ କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ୧୦ ମାସର ଶିଶୁକନ୍ୟାକୁ ଅତ୍ୟାଚାର କରିବାକୁ ନେଇ ପୁଲିସ କ୍ରେଚର ମାଲିକ ପ୍ରିୟଙ୍କା ନିକମ ଓ ସଂପୃକ୍ତ ଆୟା ଅଫସନା ସୈଖଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଏହି ଶିଶୁଟିର ପିତାମାତା ତାକୁ ଏହି ଡେ କେୟାର ପ୍ଲେ ସ୍କୁଲରେ ଛାଡିଥିଲେ । ଶିଶୁଟିର ପିତାମାତା ଘରେ ତାର ଆଖି ଓ ଦେହରେ ଗଭୀର କ୍ଷତ ଦେଖି ଖୁବ୍ ଅ।ଘାତ ପାଇଥିଲେ ।

ପ୍ଲେସ୍କୁଲ ମାଲିକଙ୍କୁ ପଚାରିବାରୁ ଉଚିତ ଉତ୍ତର ପାଇନଥିଲେ । ପରେ ଥାନାରେ ଏତଲା ଦେଇଥିଲେ । ସେହି କ୍ରେଚରେ ଲାଗିଥିବା ସିସିଟିଭି ଫୁଟେଜରୁ ଧରାପଡିଥିଲା ସତ୍ୟ । କେମିତି ୧୦ମାସର ଶିଶୁଟିକୁ ନିର୍ଦ୍ଦୟ ଭାବରେ ସେଠାରେ ନିଯୁକ୍ତ ସେବିକା ମାଡ ମାରୁଥିଲେ । ସବୁ ଜଣାପଡିଥିଲା । କ୍ରୁର ଭାବେ ଗୋଇଠା ,ଚାପୁଡା, ଟେକି ଫୋପାଡିବା ଭଳି କାମ କରିଥିଲେ ସେହି ଆୟା  । ସିସିଟିଭି ଭିଡିଓରେ ସାମ୍ନାକୁ ଆସିଛି ଏ ଖବର । ପିଲାଟି ଯେତେ କାନ୍ଦୁଥିଲେ ବି ଜଣେ ନାରୀ ହୋଇ ବି ସେହି ଆୟା ମାଡ ମାରି ଚାଲୁଥିଲେ ।

ଏ ଦୃଶ୍ୟ ସମସ୍ତେ ଦେଖିବା ପରେ ,ସମସ୍ତଙ୍କ ମନରେ ପ୍ରଶ୍ନ । ଅନ୍ୟ ପିଲାମାନେ ଏମିତି ଅତ୍ୟାଚାରିତ ହେଉନାହାଁନ୍ତି ତ ? ଏମିତି କଣ କ୍ରେଚ ଗୁଡିକରେ ପିଲାଙ୍କୁ ବ୍ୟବାହର କରାଯାଇଛି । ବାପା ମା ପିଲାଙ୍କୁ କ୍ରେଚରେ ଛାଡି ତାଙ୍କର ଶିଶୁ ଭଲରେ ଥିବ ଭାବୁଥିବା ବେଳେ ଏ ଖବର ସବୁ ମାତାପିତାଙ୍କୁ ହୃଦୟକୁ ଥରାଇ ଦେଇଛି ।
ଦେଖନ୍ତୁ ଏହି ଭିଡିଓ –