ଝିଅ ବିବାହ ପାଇଁ ମିଳିଥାଏ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା । ଜାଣନ୍ତୁ କେଉଁଠି ଓ କିଭଳି ଉଠାଇବେ ଏହି ଯୋଜନାର ଲାଭ

1,397

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଏବଂ ନିକାହ ଯୋଜନା (madhya-pradesh-mukhyamantri-kanya-vivah-and-nikah-scheme)ର ଏକ ମାତ୍ର ଉଦ୍ଦେଶ୍ୟ ହେଲା ପ୍ରତିଟି ଗରିବ, ହିତାଧିକାରୀ ଏବଂ ବାସହରା ପରିବାରର ଝିଅ,ବିଧବାମହିଳା ଏବଂ ସ୍ୱାମୀ ପରିତ୍ୟକ୍ତା ମହିଳାମାନଙ୍କର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା । ବର୍ଷ ୨୦୦୬ରେ ଏହି ଯୋଜନାଟି ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ନାମରେ ଶୁଭାରମ୍ଭ ହୋଇଥିଲା, ମାତ୍ର ନଭେମ୍ବର ୨୦୧୫ରେ ଏହାର ନାଁରେ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଏବଂ ନିକାହ ଯୋଜନା କରିଦିଆଗଲା । ତେବେ ଏହି ଯୋଜନା ଅନୁଯାୟୀ ସାମୂହିକ ବିବାହ କରୁଥିବା ସମସ୍ତ କନ୍ୟାମାନଙ୍କର ବିବାହ ଖର୍ଚ୍ଚ ଖୋଦ୍ ସରକାର ବହନ କରିବେ । ଏଥିପାଇଁ ସେମାନଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଯୋଜନା ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

• ଏହି ଯୋଜନା ଅନୁଯାୟୀ ପ୍ରତିଟି ଲାଭାର୍ଥୀ ତଥା ହିତାଧିକାରୀଙ୍କ ଝିଅ ବିବାହ ପାଇଁ ୫୧ ହଜାର ଟଙ୍କା ଖର୍ଚ୍ଚ କରାଯିବ । ଯାହାକୁ ପର୍ଯ୍ୟାୟନୁଯାୟୀ ବ୍ୟୟ ପାଇଁ ଦିଆଯାଇଥାଏ ।

• ନବଦଂପତି ଭଲ କରି ନିଜ ଗୃହସ୍ତି ତଥା ବୈବହିକ ଜୀବନ ଯେଭଳି ଅତିବାହିତ କରିପାରିବେ ସେଥିପାଇଁ ୪୩ ହଜାର ଟଙ୍କା ଝିଅର ବ୍ୟାଙ୍କ ଆକାଉଂଟରେ ଜମା କରାଯାଇଥାଏ ।

• ଏହି ଯୋଜନା ଅନୁସାରେ ପ୍ରତ୍ୟେକ ଝିଅର ବିବାହ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ୫ ହଜାର ଟଙ୍କା ଖର୍ଚ୍ଚ ପାଇଁ ପ୍ରଦାନ କରାଯାଇଥାଏ ।

• ସେହିପରି ସାମୂହିକ ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥାକୁ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ପ୍ରତି କନ୍ୟା ପିଛା ୩ ହଜାର ଟଙ୍କା ପ୍ରଦାନ କରାଯାଇଥାଏ ।

ପାତ୍ରତା ପାଇଁ କିଛି ଜରୁରୀମୂଳକ ସର୍ତ୍ତ

• ଏହି ଯୋଜନା ଆଧାରରେ ଲାଭ ନେବା ପାଇଁ ଉଭୟ ଝିଅ ଏବଂ ତାର ପରିବାର ଲୋକଙ୍କୁ କିଛି ପାତ୍ରତା ମାପଦଣ୍ଡ ପୂରଣ କରିବାକୁ ହୋଇଥାଏ ।

• ଝିଅ କିମ୍ବା ଝିଅର ଅଭିଭାବକ ମଧ୍ୟପ୍ରଦେଶର ଅଧିବାସୀ ହୋଇଥିବା ଆବଶ୍ୟକ ।

• ବିବାହ କରୁଥିବା ଉଭୟ ବର-କନ୍ୟା ମଧ୍ୟରେ ଝିଅର ବୟସ ୧୮ ଏବଂ ପୁଅର ବୟସ ୨୧ ବର୍ଷରୁ କମ୍ ବୟସ ହୋଇନଥିବା ଦରକାର ।

• ଏହାବ୍ୟତୀତ ଝିଅର ନାଁ ସମଗ୍ର ବିବାହ ପୋର୍ଟାଲରେ ରେଜିଷ୍ଟର ବି ହେବା ଦରକାର ।

• ଏଭଳି ପରିତ୍ୟକ୍ତି ମହିଳା ଯିଏ କି ନିରାଶ୍ରୟୀ ଥିବେ ଏବଂ ନିଜର ପୁର୍ନବିବାହ ପାଇଁ ଆର୍ଥିକ ରୂପରେ ସକ୍ଷମ ନଥିବେ ଏବଂ ଏହାଛଡା ଯାହାଙ୍କର ଆଇନ୍ ଅନୁସାରେ ଛାଡପତ୍ର ହୋଇସାରିଥିବ । ସେମାନେ ବି ଏହି ଯୋଜନାର ଲାଭ ଉଠାଇପାରିବେ ।

• ସେହିପରି ନିରାଶ୍ରିତ ବିଧବା ମହିଳା ଯଦି ନିଜର ବିବାହ ପାଇଁ ଆର୍ଥିକ ରୂପରେ ସକ୍ଷମ ନଥିବେ, ତେବେ ତାଙ୍କୁ ବି ଏହି ଯୋଜନାର ଲାଭ ମିଳିବ ।

କେଉଁଠି କରିବେ ଆବେଦନ

• ସର୍ବପ୍ରଥମେ socialjustice.mp.gov.inୱେବସାଇଟକୁ ଯାଆନ୍ତୁ ଏବଂ ଏଠାରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଏକ ଫର୍ମ ଡାଉନଲୋଡ କରି ତାର କେ ପ୍ରିଂଟ କପି ବାହାର କରିଦିଅନ୍ତୁ ।

• ଏହାବ୍ୟତୀତ ଆପଣ ଆପଣଙ୍କର ଗ୍ରାମ ପଂଚାୟତ କିମ୍ବା ନଗର ନିଗମ କିମ୍ବା ନଗରପାଳିକା କିମ୍ବା ନଗରପରିଷଦ କାର୍ଯ୍ୟାଳୟରୁ ବି ଏହି ଫର୍ମ ପାଇପାରିବେ ।

• ଫର୍ମ ନେବା ପରେ ତାକୁ ନିର୍ଭୁଲ ଭାବରେ ଭଲ ରୂପେ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଦସ୍ତାବିଜ ସହିତ ଗ୍ରାମ ପଂଚାୟତ କିମ୍ବା ଗ୍ରାମ ପଂଚାୟତ କିମ୍ବା ନଗରନିଗମ କିମ୍ବା ନଗରପାଳିକା କିମ୍ବା ନଗରପରିଷଦ କାର୍ଯ୍ୟାଳୟରେ ଜମା କରିଦିଅନ୍ତୁ ।

କେଉଁଠି କରିବେ ଯୋଗାଯୋଗ

ଏହି ଯୋଜନା ସମ୍ବନ୍ଧିତ ଅନ୍ୟ କୌଣସି ସୂଚନା ପାଇଁ ଆପଣ socialjustice.mp.gov.inୱେବସାଇଟକୁ ଯାଇ ଜାଣିପାରିବେ ।