ଜଣେ ନୋବେଲ୍ ବିଜେତାଙ୍କ ପ୍ରେମ ଓ ସଂଘର୍ଷମୟ କାହାଣୀ ।

4

ଚୀନର ନୋବେଲ ପୁରଷ୍କାର ବିଜେତା ଲିଓ ସିିଆଓବୋ ନିଜ ଦେଶରେ ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ଜୀବନର ଅଧାରୁ ଅଧିକ ସମୟ ଜେଲରେ ବିତାଇଛନ୍ତି । ତେବେ ଲିଓ ସେହି ସମୟରେ ନ୍ୟୁୟର୍କରେ ଥିଲେ ଯେତେବେଳେ ସେ ପ୍ରଥମ ଥର ତିୟାନାନମେନ୍ ଅଂଚଳରେ ଲୋକତନ୍ତ୍ର ଦାବି କରୁଥିବା କୌଣସି ବିରୋଧ ପ୍ରଦର୍ଶନ ସଂପର୍କରେ ଶୁଣିବାକୁ ପାଇଥିଲେ । ଆଉ ଏହି ପ୍ରଦର୍ଶନରେ ସେ ଖୋଲାଖୋଲି ଭାବେ ଅଂଶ ଗ୍ରହଣ କରିଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ପଡିଥିଲା ।

ତିୟାନାନମେନ୍ ରେ ହୋଇଥିବା ବିକ୍ଷୋଭ ଶାନ୍ତ ପଡିବାର ମାତ୍ର କିଛି ଦିନ ପରେ ଚୀନ ସରକାର ଲିଓଙ୍କୁ ଏକ ଗୁପ୍ତସ୍ଥାନରେ ପାଖାପାଖି ୨୦ ମାସ ପର୍ଯ୍ୟ ବନ୍ଦୀଗୃହରେ ରଖିଦେଇଥିଲେ ଏବଂ ଯେତେବେଳେ ଲିଓ ସେଠାରୁ ମୁକୁଳିଥିଲେ ସେତେବେଳକୁ ସେ ନିଜର ସବୁକିଛି ହରାଇ ବସିଥିଲେ ।

ତେବେ ସିିଆଓବୋଙ୍କ ଏହି ଅନ୍ଧାରୀ ଦୁନିଆରେ ଏକ ଆଲୋକ ରଶ୍ମୀ ରୂପେ ଆସିଲେ ଲିଓ ଶିଆ । ଯାହାକୁ ସିିଆଓବୋ ପାଗଳଙ୍କ ପରି ଭଲପାଇ ବସିଲେ । ଲିଆ ସିଆ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ପରିବାରର ଅଟନ୍ତି । ତାଙ୍କ ବାପା ଜଣେ ବ୍ୟାଙ୍କ ଅଧିକାରୀ । ମାତ୍ର ସିିଆଓବୋଙ୍କ ସହ ଚୀନ ସରକାରଙ୍କ ରାଜନୈତିକ ମତଭେଦ ଥିବା ଜାଣିବା ସତ୍ୱେ ସିଆଙ୍କ ବାପାମାଆ ସେମାନଙ୍କ ସଂପର୍କକୁ ସମର୍ଥନ କରିଥିଲେ ।

ଏହାପରେ ସିିଆଓବୋ ଲିଓ ସିଆଙ୍କ ଘରେ ରହିବା ଆରମ୍ଭ କରିଦେଇଥିଲେ । କିନ୍ତୁ ସୁରକ୍ଷା ଏଜେଂଟଙ୍କ ନଜର ସବୁବେଳେ ତାଙ୍କ ଉପରେ ଥିଲା । ଥରେ ସିିଆଓବୋଙ୍କର ଜଣେ ବନ୍ଧୁ ତାଙ୍କୁ ପ୍ରଶ୍ନ କରିଥିଲେ କି ସେ କାହିଁକି ନିଜ ପରିବାରକୁ ବଢାଉ ନାହାଁନ୍ତି ,ଆଉ ସିିଆଓବୋ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି ସେ ଚାହାଁନ୍ତି ନାହିଁ ତାଙ୍କ ସନ୍ତାନ ନିଜର ବାପାକୁ ପୁଲିସ୍ ହାଜତରେ ଦେଖନ୍ତୁ ବୋଲି ।

ତେବେ ଲିଓ ସିଆଙ୍କ ସହିତ ତାଙ୍କ ବିବାହ ହୋଇଥିଲା ସତ କିନ୍ତୁ ତାଙ୍କର ଅଧାରୁ ଅଧା ଦିନ ଜେଲ୍ ହାଜତରେ ବିତିଥିଲା । ଆଉ ବର୍ତ୍ତମାନ କ୍ୟାନସର ତାଙ୍କ ଜୀବନର ଦିନକୁ ଆହୁରୀ କମ୍ କରିଦେଇଛି ।

ଏହି ଯୋଡିଙ୍କୁ ପରସ୍ପରକୁ ବିବାହ କରିବା ପାଇଁ ଅନେକ କଠିନତାର ସାମ୍ନା କରିବାକୁ ପଡିଥିଲା । ଚୀନ ସରକାରଙ୍କ ପକ୍ଷରୁ ସେମାନଙ୍କ ବିବାହ ପାଇଁ ଅନୁମତି ମିଳିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଶେଷ ହୋଇ ନଥିଲା । କାରଣ ସେମାନଙ୍କ ବିବାହ ସମୟରେ ଏକ ସମସ୍ୟା ଦେଖାଦେଇଥିଲା । ତାହା ଥିଲା ସେମାନେ ବିବାହ ସମୟରେ ଯେଉଁ କ୍ୟାମେରାରେ ଫଟୋ ଉଠାଇଥିଲେ ତାହା କାମ କରୁନଥିଲା । ଯେଉଁଥିପାଇଁ ତାଙ୍କୁ ମ୍ୟାରେଜ୍ ପ୍ରମାଣପତ୍ର ମିଳି ନଥିଲା । ତେବେ ଏହି ସମସ୍ୟାର ସମାଧାନ ପାଇଁ ଲିଓ ସିଆଓବେ ଏବଂ ତାଙ୍କର ଭାବି ପତ୍ନୀ ଲିଆ ସିଆ ମିଶି ଦୁଇଟି ଅଲଗା ଅଲଗା ଫଟୋକୁ ଯୋଡି ଗୋଟିଏ କରିଥିଲେ । ଶେଷରେ ଦୁହିଁଙ୍କୁ ଆଇନ୍ ଅନୁସାରେ ପତି-ପତ୍ନୀ ରୂପେ ସ୍ୱୀକୃତି ମିଳିଥିଲା ।

୧୯୯୬ରେ ବିବାହ କରିବା ଏହି ଯୋଡିଙ୍କ ପାଇଁ ଏକ ଛୋଟ ସଫଳତା ଥିଲା । ଏହି ବିବାହ ସହାୟତାରେ ଲିଓ ସିଆ ଉତ୍ତର-ପୂର୍ବ ଚୀନର ଲେବର କ୍ୟାମ୍ପରେ ବନ୍ଦ ରହିଥିବା ନିଜର ସ୍ୱାମୀଙ୍କୁ ଦେଖାକରିବାକୁ ପାଖାପାଖି ୧୬୦୦ କିଲୋମିଟର ଦୂର ଅତିକ୍ରମ କରିବାକୁ ପଡୁଥିଲା । ଏହି ପ୍ରେମ କାହାଣୀରେ ଚୀନ ସରକାର ସବୁବେଳେ ଏକ ଥାର୍ଡ ପାର୍ଟି ଭଳି ରହୁଥିଲା । ଖାଲି ସେତିକି ନୁହେଁ ଚୀନ ସରକାର ଏହି ପ୍ରେମୀ ଯୁଗଳଙ୍କୁ ଅଲଗା କରିବାକୁ ଅନେକ ଚେଷ୍ଟା କରିଥିଲା ମାତ୍ର ସେଗୁଡିକ ସବୁ ଫେଲ୍ ମାରିଥିଲା ।

୨୦୧୦ରେ ସିିଆଓବୋଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନ୍ନିତ କରାଯାଇଥିଲା ଆଉ ତାର ମାତ୍ର କିଛି ଦିନ ପରେ ସିିଆଓବୋ ଏବଂ ସିଆଙ୍କୁ ଘରୁ ଆରେଷ୍ଟ କରିଦିଆ ଯାଇଥିଲା । ସିିଆଓବୋ ଏବଂ ସିଆଙ୍କୁ କଡା ସରକାରୀ ପ୍ରହରାରେ ପରସ୍ପରକୁ ଦେଖା କରିବାକୁ ଦିଆଯିବା ସହିତ ଉଭୟଙ୍କ କଥାବାର୍ତ୍ତା ଉପରେ ମଧ୍ୟ ନଜର ରଖାଯାଉଥିଲା । ମାତ୍ର ସିିଆଓବୋଙ୍କୁ ନିଜ ପତ୍ନୀଙ୍କ ସହ ରହିବାକୁ ସେତେବେଳେ ଅନୁମତି ମିଳିଥିଲା ଯେତେବେଳେ ସେ ଲିଭର କ୍ୟାନସରରେ ପୀଡିତ ହୋଇଥିଲେ । ତାଙ୍କୁ ପ୍ୟାରୋଲରେ ଉତ୍ତର ଚୀନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସିଆ ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ବାହାରେ ମଧ୍ୟ ଚେଷ୍ଟା ଚଳାଇଥିଲେ । ମାତ୍ର ଏଥିପାଇଁ ତାଙ୍କୁ ଅନୁମତି ମିଳିନଥିଲା ।

ଏକ ସାକ୍ଷାତକାରରେ ସିଆ କୋହଭରା କଣ୍ଠରେ କୁହନ୍ତି କି, ‘ମୁଁ ୧୯୯୬ରୁ ୧୯୯୯ ମଧ୍ୟରେ ସିିଆଓବୋଙ୍କ ନାଁରେ ୩୦୦ରୁ ଅଧିକ ଚିଠି ଲେଖିଛି, ଆଉ ସିିଆଓବୋ ମଧ୍ୟ ପାଖାପାଖି ୨୦ରୁ ୩୦ ଲକ୍ଷ ଶଦ୍ଦ ମୋତେ ଲେଖିଛନ୍ତି । କିନ୍ତୁ ଆମ ଘରେ ହେଉଥିବା ଯାଂଚଦ୍ୱାରା ସେ ସମସ୍ତ ପତ୍ର କେଉଁଆଡେ ଗାଏବ୍ ହୋଇଯାଇଛି । ଆଉ ଏହାହିଁ ହେଉଛି ଆମ ଜୀବନ’ ।

ସୌଜନ୍ୟ-ବିବିସି

Comments are closed.