ଆଜି ବିଶ୍ୱ ଜନସଂଖ୍ୟା ଦିବସ ! ଭାରତ ସହ ବିଶ୍ୱର ଜନସଂଖ୍ୟାକୁ ନେଇ ଜାଣନ୍ତୁ କିଛି ରୋଚକ ସତ୍ୟ ଏବଂ ତଥ୍ୟ

118

ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ । ପ୍ରତିବର୍ଷ ଜୁଲାଇ ୧୧ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ୧୯୮୯ରେ ପ୍ରଥମ ଥର ପାଇଁ ସଂଯୁକ୍ତ ରାଷ୍ଟ୍ର ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ଘୋଷଣା କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ବିଶ୍ୱରେ ଦୃତ ଗତିରେ ବଢୁଥିବା ଜନସଂଖାକୁ ନେଇ ସଚେତନତା ସୃଷ୍ଟି କରିବା । ତେବେ ଆଜିର ଏହି ଦିନରେ ଜାଣନ୍ତୁ ବିଶ୍ୱର ଜନସଂଖ୍ୟା ସହ ଜଡତ କିଛି ରୋଚକ ତଥ୍ୟ ।

• ୧୦ଜୁଲାଇ ୨୦୧୭ ସୁଦ୍ଧା ଭାରତର ଜନସଂଖ୍ୟା ପ୍ରାୟ ୧ଆରବ ୩୪କୋଟି । ଯାହା ପୁରା ବିଶ୍ୱର ଜନସଂଖ୍ୟାର ପ୍ରାୟ ୧୭.୮୬ ପ୍ରତିଶତ ।

• ବର୍ତ୍ତମାନ ବିଶ୍ୱର ଜନସଂଖ୍ୟା ପ୍ରାୟ ୭ଆରବ୫୧କୋଟି ।

• ଜନସଂଖ୍ୟା ହିସାବରେ ଭାରତ ବିଶ୍ୱର ଦ୍ୱିତୀୟ ବଡ ଦେଶ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ଅଛି ଚୀନ୍ ।

• ୧୦୦ ବର୍ଷ ତଳେ ସମଗ୍ର ବିଶ୍ୱର ଜନସଂଖ୍ୟା ଥିଲା ମାତ୍ର ୪୦ କୋଟି । ୧୮୦୪ରେ ପ୍ରଥମେ ବିଶ୍ୱର ଜନସଂଖ୍ୟା ୧୦୦ କୋଟିରରେ ପହଞ୍ଚି ଥିଲା । ୧୯୬୦ରେ ବିଶ୍ୱର ଜନସଂଖ୍ୟା ୩୦୦କୋଟି ହୋଇଥିଲା । ୨୦୦୦ମସିହା ବେଳକୁ ଏହା ୬୦୦ କୋଟିରେ ପହଞ୍ଚିଥିଲା । ଜୁଲାଇ ୨୦୧୭ର ଆକଳନ ଅନୁଯାୟୀ ସମଗ୍ର ବିଶ୍ୱର ଜନସଂଖ୍ୟା ହେଲା ୭୫୦ କୋଟି ।

• ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ୟୁରୋପରେ ଥିବା ସମସ୍ତ ଦେଶର ଜନସଂଖ୍ୟା ମିଶି ୭୩ କୋଟି । ଯାହା ଭାରତ ଠାରୁ ଅନେକ ପଛରେ ।

• ଏକ ରିପୋର୍ଟ ମୂତାବକ ପୁରା ବିଶ୍ୱର ଜନସଂଖ୍ୟା ୨୦୨୩ ସୁଦ୍ଧା ୮ ଆରବ ଏବଂ ୨୦୫୬ ସୁଦ୍ଧା ୧୦ଆରବକୁ ଟପି ଯିବାର ସମ୍ଭାବନା ରହିଛି ।

• ୨୦୧୭ ରିପୋର୍ଟ ମୂତାବକ ଭାରତରେ ୧୯୭୧ରୁ ୨୦୧୧ ମଧ୍ୟରେ ଯୁବପିଢୀ ସଂଖ୍ୟା ୧୬.୮ କୋଟିରୁ ବଢି ୪୨.୨ କୋଟି ହୋଇଯାଇଛି । ଯାହା ଦେଶର ପୁରା ଜନସଂଖ୍ୟାର ୩୨.୬ ପ୍ରତିଶତ ।

• ସେହିପରି ୨୦୨୫ -୩୦ ମଧ୍ୟରେ ଭାରତର ଜନସଂଖ୍ୟା ୧ଆରବ୬୫କୋଟି ହୋଇଯିବାର ଅନୁମାନ କରାଯାଇଛି । ସେତେବେଳେ ଚୀନକୁ ପଛରେ ପକାଇ ସର୍ବାଧିକ ଜନସଂଖ୍ୟାରେ ଭାରତ ଏକ ନମ୍ବର ରାଷ୍ଟ୍ର କୁହାଇବ ।

– ବିଶ୍ୱର ଜନସଂଖ୍ୟାର ପ୍ରାୟ ୧୮୦ କୋଟି  ଲୋକ ହେଉଛନ୍ତି ୧୦ ରୁ ୨୪ ବର୍ଷ ବୟସ୍କ । ଅର୍ଥାତ୍‌ ୫୨ ପ୍ରତିଶତ ହେଉଛନ୍ତି ୩୦ ବର୍ଷରୁ କମ୍‌ ବୟସ୍କ ଲୋକ ।

ସୌଜନ୍ୟ : ଦକ୍ୱିଂଟ୍