ଆସନ୍ତା ୧୪ରେ ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ! ବିଧାନସଭାରେ ବିଜେଡି ବିଧାୟକଙ୍କୁ ଭେଟିବେ ରାମନାଥ କୋବିନ୍ଦ

25

କନକ ବ୍ୟୁରୋ : ଆସନ୍ତା ୧୪ ତାରିଖରେ ଓଡିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ । ଏହି ସୂଚନା ଦେଇଛନ୍ତି ବିଜେଡ଼ି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା ସମ୍ମିଳନୀ କକ୍ଷରେ ସେ ବିଜେଡି ସାଂସଦ ଓ ବିଧାୟକଙ୍କୁ ଭେଟିବେ । ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ ।

କୋବିନ୍ଦଙ୍କୁ ବିଜେଡି ସମେତ ଜେଡିୟୁ, ତେଲେଙ୍ଗାନା ରାଷ୍ଟ୍ର ସମିତି, ୱାଇଏସଆର କଂଗ୍ରେସ, ଏଆଇଏଡିଏମକେ ସମର୍ଥନ କରୁଛନ୍ତି । ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ରାମନାଥଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ପ୍ରାର୍ଥୀ କରିଛି ।