ସାବଧାନ ! ଜାନୁଆରୀରୁ ଲାଗୁ ହେବ ହେଲମେଟକୁ ନେଇ ନୂଆ କଟକଣା, ନିୟମ ନମାନିଲେ ଜରିମାନା ସହ ହେବ ୨ ବର୍ଷ କାଳ ଜେଲ୍

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ବିଜ୍ଞପ୍ତି ଜାରି

1,348

ବାଇକ୍ ଆରୋହୀଙ୍କ ପାଇଁ ବଡ ଖବର, ମୋଦି ସରକାରଙ୍କ ପକ୍ଷରୁ ହେଲମେଟକୁ ନେଇ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଜାରି ବିଜ୍ଞପ୍ତି ଅନୁସାରେ, ହେଲମେଟ ତିଆରି କରୁଥିବା କଂପାନୀମାନଙ୍କୁ ୧୫ ଜାନୁଆରୀରୁ କୌଣସି ବି ପରିସ୍ଥିତିରେ ଏହି ନିୟମକୁ ମାନିବାକୁ ପଡିବ । ଯଦି କୌଣସି କଂପାନୀ ଏହି ନିୟମକୁ ପାଳନ କରନ୍ତି ତେବେ ଉକ୍ତ କଂପାନୀ ମାଲିକଙ୍କୁ ୨ ବର୍ଷ କାଳ ଜେଲର ହାୱା ଖାଇବାକୁ ପଡିବ, ଏଥିସହିତ ହିଁ ଜରିମାନା ବାବଦକୁ ୨ ଲକ୍ଷ ଟଙ୍କା ଗଣିବାକୁ ପଡିବ ।

OLYMPUS DIGITAL CAMERA

ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୧୫ ଜାନୁଆରୀ ପରଠୁ କେବଳ ଆଇଏସଆଇ ପ୍ରମାଣିତ ହେଲମେଟ ହିଁ ବିକ୍ରି କରାଯିବ । ଏହି ହେଲମେଟ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାଡ ତଥା ବିଆଇଏସର ଆଇଏସ୍ ୪୧୫୧-୨୦୧୫ର ମାନକ ପ୍ରମାଣିତ ହେବା ଦରକାର । ଆଇଏସ୍ ୪୧୫୧-୨୦୧୫ର ନୂଆ ମାନକ ଅନୁସାରେ, ନୂଆ ହେଲମେଟର ସର୍ବାଧିକ ଓଜନ ୧.୨ କିଲୋଗ୍ରାମ ହେବା ଆବଶ୍ୟକ । ଯାହାର ବର୍ତ୍ତମାନ ଓଜନ ରହିଛି ୧.୫ କିଲୋଗ୍ରାମ ।

ତେବେ ବିନା ଆଇଏସ ମାନକ ଥିବା ହେଲମେଟକୁ ଉଭୟ ତିଆରି ଏବଂ ବିକ୍ରି ଏବଂ ସପ୍ଲାଏ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଇଣ୍ଡଷ୍ଟ୍ରିଆଲ ହେଲମେଟ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲମେଟ ପାଇଁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନୂଆ ମାନକର ହେଲମେଟ ନିର୍ମାତାମାନେ ଏହାକୁ ସ୍ୱାଗତ କରିଛନ୍ତି । ନନ-ଆଇଏସଆଇ ମାର୍କ ବିଶିଷ୍ଟ ହେଲମେଟ ବିକ୍ରି କରିବା ଅର୍ଥ ନକଲି ଔଷଧ ବିକ୍ରି କରିବା ସହ ସମାନ ।