ସାଲେପୁର : ମଦମୃତ୍ୟୁକୁ ନେଇ ଉତ୍ତେଜନା । ମଦଭାଟି ମାଲିକର ଘରକୁ ଉତ୍ୟକ୍ତ ମହିଳା ଜାଳିଦେଇଛନ୍ତି। ହୁତହୁତ୍ ହୋଇ ଝାଟିମାଟିର ଘର ଜଳିଗଲା । ଆଉ ସବୁ କିଛି ନିମିଷକେ ପାଉଁଶ ହୋଇଗଲା । ସାଲେପୁର ଅଂଚଳରେ ଘଟିଛି ଏହି ଘଟଣା । ମଦବେପାରକୁ ବିରୋଧ କରିଆସୁଥିବା ମହିଳାମାନେ ଶେଷରେ ଏଭଳି ଏକ ପଦକ୍ଷେପ ନେଇଛନ୍ତି । ତରିତୋ ପଂଚାୟତର ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ କାରଣ ହୋଇଥିବା ଅଭିଯୋଗ ପରେ ତାତିଲେ ମହିଳା ଓ ସବୁକିଛି ଜାଳିପୋଡି ପାଉଁଶ କରିଦେଲେ । ଏକାଠି ୫ ଖଣ୍ଡ ଗାଁର ମହିଳା ଆସି ଏଭଳି କାଣ୍ଡ ଭିଆଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋମବାର ଦିନ ମଦ ପିଇବା ପରେ ତରିତୋ ପଂଚାୟତର ରଂଜନ ଦେହୁରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ଏନେଇ ସାଲେପୁର ଥାନାରେ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବା ପରେ ଆଇନକୁ ହାତକୁ ନେଲେ ମହିଳା । ମୃତକଙ୍କ ସ୍ତ୍ରୀ ଓ ପିଲାଙ୍କ ପାଇଁ ସହାୟତା ଦାବି କରି ରାସ୍ତାରୋକ ବି କରିଥିଲେ ଆନ୍ଦୋଳନକାରୀ।