ପେଶାଦାର ଠକଙ୍କ ସହ ପୁଲିସ୍ ଅଫିସର ! ଭାଇରାଲ୍ ହେଲା ଚୋର ପୁଲିସ୍ ଭାଇଭାଇର ଫଟୋ

28

କନକ ବ୍ୟୁରୋ : ଚୋର, ଠକ ଓ ଡକାୟତଙ୍କୁ ଧରିବା ପୁଲିସର କାମ । ହେଲେ ସେମାନଙ୍କ ସହ ଯଦି ପୁଲିସ ବନ୍ଧୁତା କରେ, ତେବେ କଥା ସରିଲା । କନକ ନ୍ୟୁଜ୍ ହାତରେ ଲାଗିଛି ଏମିତି କିଛି ଫଟୋଗ୍ରାଫ୍ , ଯାହା ଏବେ ବଜାରରେ ଭାଇରାଲ୍ ହୋଇଛି । ଏପରିକି କିଛି ଅଭିଯୋଗକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବନ୍ଧୁତାର କଥାକୁ ସାମ୍ନାକୁ ଆଣିଛନ୍ତି।

vlcsnap-2016-09-14-18h42m31s380ପ୍ରଭାତ କୁମାର ମୁଦୁଲି ଓ ପ୍ରମୋଦ କୁମାର ଦୋରା । ପବନର ସୌଦାଗର । ଠକେଇର ରିଙ୍ଗମାଷ୍ଟର୍ । ପେଶା – ୪୨୦ । ଠିକଣା – ଝାରପଡା ଜେଲ୍ । ୮ ବ୍ୟବସାୟୀଙ୍କ ଠାରୁ ଠକି ନେଇଛନ୍ତି ୫୦ଲକ୍ଷ ଟଙ୍କା । କାହାକୁ ମୃଦ୍ୟୁ ପାନୀୟ କଂପାନୀର ଷ୍ଟେଟ୍ ଫ୍ରାଂଚାଇଜ୍ ଦେବାକୁ କହିଥିଲେ ତ ପୁଣି କାହାକୁ ବ୍ରାଣ୍ଡେଡ୍ କଂପାନୀର ତେଲ ବ୍ୟବସାୟର ସ୍ୱପ୍ନ ଦେଖାଇଥିଲେ । ଆଉ ଅଭିଯୋଗ ଆସିବା ପରେ ଗିରଫ ହୋଇ ଜେଲରେ ।

ତେବେ ପ୍ରଭାତ ଓ ପ୍ରମୋଦ କେମିତି ହେଲେ ପେଶାଦାର ଠକ ? ଏ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି କି ? ଏହି ପେଶାଦାର ଠକଙ୍କ ହେଲେ ପର୍ସନାଲ ସାଙ୍ଗ ହେଲେ କମିଶନରେଟ ପୁଲିସର ଟାଣୁଆ ଅଫିସର । ପ୍ରଭାତଙ୍କ ସହ କେତେବେଳେ ଆଉଟିଂରେ ଅଛନ୍ତି ତ କେତେବେଳେ କ୍ଲବରେ ବସି ମଉଜରେ ମାତିଛନ୍ତି । ଓଡିଶାରୁ ଆଗ୍ରା । ଟ୍ରେନରୁ ପ୍ଲେନ୍ । ପୁଲିସ୍ ବାବୁଙ୍କ ପାଖେ ପାଖେ ପୋଖତ ଠକ ।

vlcsnap-2016-09-14-18h45m06s481ପ୍ରଭାତଙ୍କ ଲଙ୍ଗୋଟିଆ ସାଙ୍ଗ ଭଳି ପ୍ରତି ଲୋକେସରରେ ପୋଜ୍ ଦେଇଥିବା ଏ ପୁଲିସ୍ ଅଫିସର ହେଲେ ବିମଳ ବାରିକ୍ । କଟକ ମର୍କତନଗର ସେକ୍ଟର – ୭ ଥାନାର ଆଇଆଇସି । ସେହିପରି ଅଭିଯୁକ୍ତ ପ୍ରଭାତ ସହ ପାଖା ପାଖି ଅଛନ୍ତି ଆଇଆଇସି ରଂଜିତ୍ ପୃଷ୍ଟି, ସୁନୀଲ୍ ମହାନ୍ତି ଓ ଦେବୀ ପ୍ରସାଦ ପାତ୍ର । ତେବେ ଠକେଇର ଶିକାର ବ୍ୟବସାୟୀଙ୍କ ଅଭିଯୋଗ, ଏ ବନ୍ଧୁତା ପାଇଁ ପ୍ରଭାତ କୁଆଡେ ଖାତିର୍ କରେନି ଆପିସିର କୌଣସି ଦଫାକୁ ।

ପୋଖତ ଠକଙ୍କ ସହ ପୁଲିସ୍ ଅଫିସର୍ । ଚୋର ପୁଲିସ୍ ବନ୍ଧୁତାର ଏ ଫଟୋ ଏବେ ଭାଇରାଲ୍ ହୋଇଛି ବଜାରରେ । ଆଉ ଖାକିର ସ୍ୱଚ୍ଛତା ଉପରେ ଲଗାଇଛି ସନ୍ଦେହର ପ୍ରଶ୍ନ ।