ଆଧାର କାର୍ଡକୁ ନେଇ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର ! ୨୦୦ରୁ ଅଧିକ ସରକାରୀ ୱେବସାଇଟରେ ସହଜରେ ମିଳିପାରୁଛି ବ୍ୟକ୍ତିଙ୍କର ତଥ୍ୟ

29

କନକ ବ୍ୟୁରୋ: ଆଧାର କାର୍ଡକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟସରକାରଙ୍କ ୨୦୦ରୁ ଅଧିକ ୱେବସାଇଟରେ କିଛି ବ୍ୟକ୍ତିଙ୍କର ତଥ୍ୟ ସହଜରେ ମିଳିପାରୁଛି । ଆଧାର ଲିଙ୍କ କରିବାଦ୍ୱାରା ଏହି ସବୁ ୱେବସାଇଟରେ ଲୋକଙ୍କର ଗୁପ୍ତ ତଥ୍ୟ ମିଳିପାରୁଥିବା ସୂଚନା ଅଧିକାର ଦ୍ୱାରା ଜଣାପଡିଛି ।

ଅନ୍ୟପକ୍ଷରେ ଏହି ସବୁ ୱେବସାଇଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଲୋକଙ୍କ ଗୁପ୍ତ ତଥ୍ୟକୁ ପ୍ରଘଟ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଧାର ଦାୟିତ୍ୱରେ ଥିବା ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି । କାର୍ଯ୍ୟାନୁଷ୍ଠାନ ସ୍ୱରୁପ ବର୍ତ୍ତମାନ ଏହି ସବୁ ତଥ୍ୟକୁ ହଟାଇଦିଆଯାଇଛି । କେନ୍ଦ୍ର ସରକାର ବର୍ତମାନ ବିଭିନ୍ନ ଯୋଜନା ସହ ଆଧାର ନମ୍ବର ଲିଙ୍କ ପାଇଁ ଯୋଜନା କରିଛନ୍ତି । ତେବେ ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ କରାଯିବ ନାହିଁ ବୋଲି ସରକାର କହିଥିଲେ ।