ରିଲିଜ୍ ହେଲା ଓଡିଆ ରୋମାଂଟିକ୍ ଗୀତ ! ୟୁଟ୍ୟୁବରେ ଖୁବ୍ ପ୍ରଶଂସା କଲେ ଶ୍ରୋତା । 

171

ବର୍ତ୍ତମାନ ଓଡିଆ ସଂଗୀତ ଲୋକଙ୍କର ଖୁବ୍ ପସନ୍ଦ ହେବାରେ ଲାଗିଛି । ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଲିରିକ୍ସ,ବ୍ୟାକରାଉଣ୍ଡ୍ ସିନ୍ , ଡ୍ୟାନ୍ସ ଏବଂ ଗୀତର ମିଶାଗୋଳା ଏକ ସୁନ୍ଦର ସଂଗୀତ ଏବଂ ଗୀତ ଭିତରେ ରହିଥିବା ଏକ ମନଛୁଆଁ କାହାଣୀ ଶ୍ରୋତାଙ୍କୁ ସଂଗୀତ ଶୁଣିବାକୁ ବାଧ୍ୟ କରୁଛି । ଏହିଭଳି ଆଉ ଏକ ଶ୍ରୁତିମଧୁର ଏବଂ ଆକର୍ଷଣୀୟ ସଂଗୀତ ମୁକ୍ତିଲାଭ କରିଛି ଯାହାର ନାଁ ରହିଛି କଲେଜ୍ ଡେଜ୍ । ଗୀତରେ ଟିନ୍ ଏଜ୍ ଲଭ୍ ଷ୍ଟୋରୀକୁ ସ୍ଥାନ ଦେଇଛନ୍ତି ନିର୍ମାତା । ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ରାହୁଲ୍ ଦାସ୍ ଏବଂ ସଙ୍ଗୀତ ଦେଇଛନ୍ତି ଔଦ୍ଧବ୍ । ଏହି ଓଡିଆ ରୋମାଂଟିକ୍ ଗୀତ ଦୃଶ୍ୟାୟନରେ ଶୈଳେନ୍ଦ୍ର ଏବଂ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି ।

ୟୁଟ୍ୟୁବରେ ରିଲିଜ ହୋଇଥିବା ଏହି ଗୀତକୁ ଓଡିଆ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରାଜା ଡି ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ ଭିଡିଓକୁ ଏଡିଟ କରିଛନ୍ତି ମାନସ କୁମାର ସାହୁ ।