ହଷ୍ଟେଲ ଛାଡିଲେ ସମସ୍ତ ଏସସିବି ନର୍ସିଂ ଛାତ୍ରୀ:କହିଲେ ସରକାରଙ୍କ ନିଷ୍ପତିକୁ ଜଣାଉଛୁ ସମ୍ମାନ

29

କଟକ ବ୍ୟୁରୋ, କନକ ନ୍ୟୁଜ୍:  କଟକ ଏସସିବି ମେଡିକାଲ କଲେଜର ସମସ୍ତ ନର୍ସିଂ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ସରକାରଙ୍କ ନିଷ୍ପତିକୁ ସମ୍ମାନ ଜଣାାଇ ସେମାନେ ହଷ୍ଟେଲ ଛାଡିଥିବା କହିଛନ୍ତି । ହଷ୍ଟେଲକୁ ଫେରିଲେ ପୁଣି ଅଧ୍ୟକ୍ଷାଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ନର୍ସିଂ ଛାତ୍ରୀ । ସାଇନ୍-ଏ-ଡାଏ ଘୋଷଣା ପରେ ଆଜି ସକାଳ ସାଢେ ୭ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ଦେଇଥିଲେ ଏସସିବି କର୍ତୃପକ୍ଷ । କ୍ୟାମ୍ପସରେ ଅଶାନ୍ତ ପରିବେଶ ଲାଗି ରହିବାରୁ ନର୍ସିଂ ସ୍କୁଲକୁ ସାଇନ୍-ଏ-ଡାଏ ଘୋଷଣା କରିଥିଲେ ଅଧିକ୍ଷକ । ଅଧ୍ୟକ୍ଷାଙ୍କ ବଦଳି ଦାବିରେ ୪ ଦିନ ହେଲା ଆନ୍ଦୋଳନ କରୁଥିଲେ ଛାତ୍ରୀ । ଏପରିକି ସମାଧାନ ନେଇ ବସିଥିବା ତଦନ୍ତ କମିଟି ବୈଠକରେ ବି କୋ÷÷ଣସି ନିଷ୍କର୍ସ ବାହାରି ପାରିନଥିଲା । ଆନ୍ଦୋଳନରୁ ଓହରିଯିବାକୁ ଛାତ୍ରୀଙ୍କୁ ନିବେଦନ କରିଥିଲେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ । ତଥାପି ଆନ୍ଦୋଳନରୁ ଓହରିନଥିଲେ ନର୍ସିଂ ଛାତ୍ରୀ ।